ଚଣ୍ଡିଗଡ଼: ପ୍ରେମ ବିବାହକୁ ନେଇ ହରିୟାଣାରେ ଚାଞ୍ଚଲ୍ୟ । ଏହି ବିବାହ ହୋଇଛି ୬୭ ବର୍ଷର ଓ ୧୯ ବର୍ଷ ଯୁବତୀଙ୍କ ମଧ୍ୟରେ । ଯାହାକୁ ବିରୋଧ କରିଛନ୍ତି ବିବିପୁର ଗ୍ରାମବାସୀ । ଏହି ମୁସଲିମ ଯୁବତୀ ଜଣକ ପୂର୍ବରୁ ବାହା ହୋଇଥିଲେ ମଧ୍ୟ ଆଉ ଥରେ ବିବାହ କରିଛନ୍ତି ବୋଲି ଜଣାପଡିଛି ।
ଯୁବତୀ ଜଣକ ବୃଦ୍ଧଙ୍କୁ ବିବାହ କରି ଇସଲାମ ଧର୍ମକୁ ବଦନାମ କରିଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ଉଭୟ ବିବାହ କରିଥିଲେ ମଧ୍ୟ ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟ କୋର୍ଟରେ ବିବାହ କରିଥିବା ଜଣାପଡିଛି । ତେବେ ଏହା ଏକ ଲଜ୍ଜାଜନକ କାଣ୍ଡ । ଯୁବତୀଙ୍କୁ ଏପରି କରିବାକୁ ବାଧ୍ୟ କରାଯାଇଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି । ଘଟଣାରେ ଗ୍ରାମବାସୀମାନେ ସ୍ଥାନୀୟ ପ୍ରଶାସନର ସାହାଯ୍ୟ ମଧ୍ୟ ଲୋଡିଛନ୍ତି । ଏଭଳି ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ଘଟଣାର ଯାଞ୍ଚ କରୁଛି ।