ନୂଆଦିଲ୍ଲୀ:ଦେଶରେ ଦଖାଯାଇଥିବା କୋଭିଡର ଦ୍ବିତୀୟ ଲହରରେ ଏପର୍ଯ୍ୟନ୍ତ ପ୍ରାଣ ହରାଇଲେଣି 6ଶହ 64 ଡାକ୍ତର । ଏପରି ଏକ ଉଦବେଗଜନକ ତଥ୍ୟ ସାମ୍ନାକୁ ଆଣିଛି ଭାରତୀୟ ମେଡିକାଲ ଆସୋସିଏସନ । ସମଗ୍ର ଦେଶରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଥିବା ଏଥିରୁ ଡାକ୍ତରମାନେ ମଧ୍ୟ ବାଦ ପଡିନାହାନ୍ତି ।
ଦ୍ବିତୀୟ କୋରୋନା ଲହରରେ ପ୍ରାଣ ହରାଇଲେଣି 646 ଡାକ୍ତର - covid death of doctor
ଦେଶରେ ଦଖାଯାଇଥିବା କୋଭିଡର ଦ୍ବିତୀୟ ଲହରରେ ଏ ପର୍ଯ୍ୟନ୍ତ ପ୍ରାଣ ହରାଇଲେଣି 6 ଶହ 64 ଡାକ୍ତର । ତଥ୍ୟ ରଖିଲା ଆଇଏମଏ । ଅଧିକ ପଢନ୍ତୁ...
![ଦ୍ବିତୀୟ କୋରୋନା ଲହରରେ ପ୍ରାଣ ହରାଇଲେଣି 646 ଡାକ୍ତର ଆଇଏମଏର ସୂଚନା, ଦ୍ବିତୀୟ ଲହରରେ ପ୍ରାଣ ହରାଇଲେଣି 646 ଡାକ୍ତର](https://etvbharatimages.akamaized.net/etvbharat/prod-images/768-512-12029065-thumbnail-3x2-ima.jpg)
ଦ୍ବିତୀୟ ସହରରେ ପ୍ରାଣ ହରାଇଥିବା ଡାକ୍ତରମାନଙ୍କ ମଧ୍ୟରେ ସର୍ବାଧିକ ଦିଲ୍ଲୀରୁ 109 ଜଣ ରହିଛନ୍ତି । ସେହିପରି ଆସାମରୁ 8 , ବିହାରରୁ 97, ଛତିଶଗଡରୁ 05, ଗୁଜୁରାଟରୁ 37, ଗୋଆରୁ 02, ହରିୟାଣରୁ 03, ଜମ୍ମୁ କାଶ୍ମୀରରୁ 03, ଝାରଖଣ୍ଡରୁ 39, କର୍ଣ୍ଣାଟକରୁ 09, କେରଳରୁ 5, ମଧ୍ୟପ୍ରଦେଶରୁ 16, ମହାରାଷ୍ଟ୍ରରୁ 23, ମଣିପୁର 05, ଓଡିଶାରୁ 23, ପଣ୍ଡିଚେରୀରୁ 01, ପଞ୍ଜାବରୁ 03, ରାଜସ୍ଥାନରୁ 43, ତାମିଲନାଡୁରୁ 32, ତେଲେଙ୍ଗାନାରୁ 34, ତ୍ରିପୁରା 02, ଉତ୍ତରପ୍ରଦେଶରୁ 79, ଉତ୍ତରାଖଣ୍ଡରୁ 02, ପଶ୍ଚିମବଙ୍ଗରୁ 30 ଜଣ ଡାକ୍ତର କୋଭିଡ ସଂକ୍ରମଣର ଶିକାର ହେବା ସହ ମୃତ୍ୟୁ ମୁଖରେ ପଡିସାରିଥିବା ଭାରତୀୟ ମେଡିକାଲ ଆସୋସିଏସନ ନିଜ ତଥ୍ୟରେ ପ୍ରକାଶ କରିଛି । ସେହିପରି ଅନ୍ୟ ଜଣେ ଡାକ୍ତର ମଧ୍ୟ ଅନ୍ୟ ସୂତ୍ରରୁ ପ୍ରାଣ ହରାଇଥିବା ଜଣାପଡିଛି ।
@ANI