ଚେନ୍ନାଇ: ପୁଣି ଚେନ୍ନାଇ ବିମାନବନ୍ଦରରୁ ବେଆଇନ ସୁନା ଜବତ । ଏଥର ମଧ୍ୟ ଦୁବାଇ ଯାତ୍ରୀଙ୍କ ନିକଟରୁ ଜବତ ହୋଇଛି ସୁନା । ବିମାନବନ୍ଦରର କଷ୍ଟମ ବିଭାଗ ଚଢାଉ କରି ଏହି ବେଆଇନ ସୁନା ଜବତ କରିଛି ।
ଚେନ୍ନାଇ ବିମାନବନ୍ଦରରୁ ଲକ୍ଷାଧିକ ଟଙ୍କାର ସୁନା ଜବତ, 2 ଗିରଫ - ଦୁବାଇ ଯାତ୍ରୀଙ୍କ ଠାରୁ ସୁନା ଜବତ ଚେନ୍ନାଇ
ପୁଣି ଚେନ୍ନାଇ ବିମାନବନ୍ଦରରୁ 621 ଗ୍ରାମର ସୁନା ଜବତ । 2 ଗିରଫ । ଅଧିକ ପଢନ୍ତୁ...
ଚେନ୍ନାଇ ବିମାନ ବନ୍ଦରରୁ ଲକ୍ଷାଧିକ ଟଙ୍କାର ସୁନା ଜବତ, 2 ଗିରଫ
ସୂଚନା ଅନୁଯାୟୀ ଆଜି(ରବିବାର) ଚେନ୍ନାଇ ବିମାନବନ୍ଦରରୁ 621 ଗ୍ରାମର ବେଆଇନ ସୁନା ଜବତ କରାଯାଇଛି । ଜବତ ସୁନାର ମୂଲ୍ୟ 31 ଲକ୍ଷ 87 ହଜାର ଟଙ୍କା ହେବ । ବିମାନବନ୍ଦରରେ ଯାଞ୍ଚ ସମୟରେ ଦୁଇଜଣ ଦୁବାଇ ଯାତ୍ରୀଙ୍କ ଅନ୍ତଃବସ୍ତ୍ରରୁ କଷ୍ଟମ ବିଭାଗ ସୁନା ଜବତ କରିଛି । ତେବେ କଷ୍ଟମ ଆକ୍ଟ ଅନୁଯାୟୀ ଉଭୟଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ