ଓଡିଶା

odisha

By

Published : May 17, 2021, 7:11 AM IST

ETV Bharat / bharat

‘ଲକଡାଉନରେ ଗରିବ ଲୋକଙ୍କୁ ମିଳୁ ମାସିକ 6000’

ଗରିବ ଓ ଅଭାବୀ ଲୋକଙ୍କୁ ମାସକୁ 6ହଜାର ଟଙ୍କା ଦିଆଯାଉ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ଅଧିକ ପଢନ୍ତୁ...

ମୋଦିଙ୍କୁ କଂଗ୍ରେସର ଚିଠି, ଲକଡାଉନରେ ଗରିବା ଲୋକଙ୍କୁ ମାସିକ 6ହଜାର ଦିଆଯାଉ
ମୋଦିଙ୍କୁ କଂଗ୍ରେସର ଚିଠି, ଲକଡାଉନରେ ଗରିବା ଲୋକଙ୍କୁ ମାସିକ 6ହଜାର ଦିଆଯାଉ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ଗରିବ ଓ ଅଭାବୀ ଲୋକଙ୍କୁ ମାସକୁ 6ହଜାର ଟଙ୍କା ଦିଆଯାଉ । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ସେ କହିଛନ୍ତି ଯେ ମହାମାରୀ ଓ ଲକଡାଉନ କାରଣରୁ ଅନେକ ଲୋକ ବେରୋଜଗାରୀ ହୋଇପଡିଛନ୍ତି, ଯାହା ଦ୍ବାରା ସେମାନଙ୍କର ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଛି ।

କଂଗ୍ରେସ ନେତା ଅଧୀର ପରାମର୍ଶ ଦେଇ କହିଛନ୍ତି ଯେ, କେନ୍ଦ୍ର ଅସହାୟ ଲୋକଙ୍କୁ ଖାଦ୍ୟ ଶସ୍ୟ ଯୋଗାଇବା ଉଚିତ ଏବଂ ସମସ୍ତ ବେରୋଜଗାରୀଙ୍କୁ ପ୍ରତି ମାସରେ 6ହଜାର ଦେବା ଉଚିତ । ଏ ବିଷୟରେ ସରକାର ଚିନ୍ତା କରିବା ଆବଶ୍ୟକ । ପ୍ରତି ମାସରେ କେନ୍ଦ୍ର ସରକାର ଲୋକଙ୍କ ଆକାଉଣ୍ଟକୁ 6 ହଜାର ଟଙ୍କା ପଠାଇବା ଉଚିତ ।

ଏଥି ସହ ସେ କହିଛନ୍ତି କୋରୋନା ଏବେ ନିୟନ୍ତ୍ରଣ ବାହାରକୁ ଚାଲୁଯାଇଛି ,ପ୍ରଧାନମନ୍ତ୍ରୀ ଲୋକଙ୍କ ପାଖରେ ଆତ୍ମବିଶ୍ବାସ ସୃଷ୍ଟି କରିବା ଉଚିତ । ଲକଡାଉନ ସମେତ କୌଣସି ବିକଳ୍ପକୁ ବ୍ୟବହାର କରିବାକୁ କୁଣ୍ଠାବୋଧ କରିବା ଉଚିତ ନୁହେଁ ।

ABOUT THE AUTHOR

...view details