ଓଡିଶା

odisha

By

Published : Nov 9, 2020, 12:35 PM IST

ETV Bharat / bharat

ଦିଲ୍ଲୀରୁ 600 କେଜି ବାଣ ଜବତ, 7 ଗିରଫ

ବେଆଇନ ବାଣ ବିକ୍ରି ପାଇଁ ଦିଲ୍ଲୀ ପୋଲିସ 7 ଜଣଙ୍କୁ ଗିରଫ କରିଛି । ବେଆଇନ ଭାବେ ବିକ୍ରି ହେଉଥିବା ପ୍ରାୟ 600 କିଲୋଗ୍ରାମ ବାଣ ଜବତ କରାଯାଇଥିବା ଅଧିକାରୀ କହିଛନ୍ତି। ଅଧିକ ପଢନ୍ତୁ...

ଦିଲ୍ଲୀରୁ 600 କେଜି ବାଣ ଜବତ
ଦିଲ୍ଲୀରୁ 600 କେଜି ବାଣ ଜବତ

ନୂଆଦିଲ୍ଲୀ: ବେଆଇନ ବାଣ ବିକ୍ରି ପାଇଁ ଦିଲ୍ଲୀ ପୋଲିସ 7 ଜଣଙ୍କୁ ଗିରଫ କରିଛି । ବେଆଇନ ଭାବେ ବିକ୍ରି ହେଉଥିବା ପ୍ରାୟ 600 କିଲୋଗ୍ରାମ ବାଣ ଜବତ କରାଯାଇଥିବା ଅଧିକାରୀ କହିଛନ୍ତି। ଦିପାବଳୀ ପାଇଁ ଦିଲ୍ଲୀ ସରକାର ସତର୍କତା ଜାରି କରିଥିଲେ, ଏହାସହ ସବୁଜ ବାଣ ଛଡା ଅନ୍ୟ କୌଣସି ବାଣ ଜାଳିବାକୁ ନଭେମ୍ବର 30 ଯାଏଁ ନିଷିଦ୍ଧ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମଧ୍ୟ ବେଆଇନ ବାଣ ବିକ୍ରି କରାଯାଉଥିଲା ।

ପୋଲିସ ପ୍ରାୟ 593.224 କିଲୋଗ୍ରାମ ବାଣ ଉଦ୍ଧାର କରିଛି। ଏହାସହ ବାଣ ଫୁଟାଇବା ଅଭିଯୋଗରେ 8 ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏନେଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କଠାରୁ ଏକ କିଲୋଗ୍ରାମ ବାଣ ଉଦ୍ଧାର କରାଯାଇଥିଲା ବୋଲି ଦିଲ୍ଲୀ ପୋଲିସର ଅତିରିକ୍ତ PRO ଅନିଲ ମିତ୍ତଲ କହିଛନ୍ତି। ଅନ୍ୟପକ୍ଷେ ବାଣ ବିକ୍ରୟ ପାଇଁ ଦିଆଯାଇଥିବା ସମସ୍ତ ଲାଇସେନ୍ସକୁ ସ୍ଥଗିତ ରଖାଯାଇଛି ଏବଂ NGT ନିର୍ଦ୍ଦେଶ ଉପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ABOUT THE AUTHOR

...view details