ଓଡିଶା

odisha

By

Published : May 26, 2022, 8:45 AM IST

ETV Bharat / bharat

ଶାରିରୀକ ସମ୍ପର୍କ ରଖିବା ସମୟରେ ଉଡିଗଲା ବୃଦ୍ଧଙ୍କ ପ୍ରାଣବାୟୁ

ମୁମ୍ବାଇରେ ଚାଞ୍ଚଲ୍ୟ । ଶାରିରୀକ ସମ୍ପର୍କ ରଖିବା ସମୟରେ ୬୦ ବର୍ଷ ବୃଦ୍ଧଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଶାରିରୀକ ସମ୍ପର୍କ ରଖିବା ସମୟରେ ଟଳିପଡିଲେ ବୃଦ୍ଧ
ଶାରିରୀକ ସମ୍ପର୍କ ରଖିବା ସମୟରେ ଟଳିପଡିଲେ ବୃଦ୍ଧ

ମୁମ୍ବାଇ: ମୁମ୍ବାଇରେ ଚାଞ୍ଚଲ୍ୟ । ଶାରିରୀକ ସମ୍ପର୍କ ରଖିବା ସମୟରେ ୬୦ ବର୍ଷ ବୃଦ୍ଧଙ୍କ ମୃତ୍ୟୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇରେ । ମେ 23ତାରିଖରେ କୁର୍ଲାର ଏକ ହୋଟେଲରେ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସମୟରେ ଜଣେ 60 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ସୂଚନାଅନୁସାରେ, ଶାରିରୀକ ସମ୍ପର୍କ ରଖିବା ସମୟରେ ୬୦ ବର୍ଷ ବୃଦ୍ଧ ଜଣକ ଚେତାଶୂନ୍ୟ ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣାା କରିଥିଲେ । କୁର୍ଲା ପୋଲିସର କହିବା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ 10ଟା ସମୟରେ କୁର୍ଲାର ଏକ ହୋଟେଲରେ ଜଣେ 60 ବର୍ଷ ବୟସ୍କ ବୃଦ୍ଧ ଏବଂ 40 ବର୍ଷ ବୟସ୍କା ମହିଳା ପହଞ୍ଚିଥିଲେ । ହୋଟେଲରେ ଏକ ରୁମ ବୁକ କରି ରହିଥିଲେ ।

ଏହାର କିଛି ସମୟ ପରେ, ମହିଳା ଜଣକ ରୁମରୁ ରିସେପସନକୁ ଫୋନ କରି କହିଥିଲେ ଯେ, ତାଙ୍କ ପୁରୁଷ ବନ୍ଧୁ ଅଚେତ ହୋଇଯାଇଛନ୍ତି । ଏହା ପରେ ହୋଟେଲ କର୍ମଚାରୀମାନେ କୋଠରୀ ଭିତରକୁ ଯାଇ ଉକ୍ତ ବ୍ୟକ୍ତିଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖି ସଙ୍ଗେସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଏହା ପରେ ଉକ୍ତ ବୃଦ୍ଧାକୁ ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ମୃତ ବ୍ୟକ୍ତି ୱର୍ଲିର ବାସିନ୍ଦା ଏବଂ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଶାରିରୀକ ସମ୍ପର୍କ ସମୟରେ ସେ ମଦ୍ୟପାନ କରି ଚେତାଶୂନ୍ୟ ହୋଇପଡିଥିଲେ ବୋଲି ମହିଳା ଜଣକ ପୋଲିସକୁ କହିଛନ୍ତି । ମୃତ୍ୟୁର ପ୍ରକୃତ କାରଣର ସାମ୍ନାକୁ ଆସିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ରିପୋର୍ଟ ପାଇବା ପରେ ଅନୁସନ୍ଧାନର ପରବର୍ତ୍ତୀ ଦିଗ ସ୍ଥିର କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details