ଲକ୍ଷ୍ନୌ:ୟୁପିର ଏକାଧିକା ଜିଲ୍ଲାରେ ଅଜଣାରୋଗର ଆତଙ୍କ । ଯେଉଁଥିରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହିରୋଗ ଘୁଷୁରୀ ଓ ମୂଷା ଠାରୁ ବ୍ୟାପିଥାଏ । କିନ୍ତୁ ଏ ରୋଗର ଅଧିକାଂଶ ଲକ୍ଷଣ ଡେଙ୍ଗୁ ରୋଗ ସହ ମିଶୁଛି । ଏହାକୁ ରୋକିବା ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଘର ଗୁଡିକରେ ଥିବା କୁଲର ଗୁଡିକରେ ପାଣି ଭରିବାକୁ ବାରଣ କରାଯାଇଛି । ଡାକ୍ତରୀଦଳ ଡୋର ଟୁ ଡୋର ସ୍ବାସ୍ଥ୍ୟ ସେବା ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଲୋକେ ଅସ୍ବାସ୍ଥ୍ୟକର ପରିବେଶରେ ରହୁଛନ୍ତି କି ନାହିଁ ସେସବୁ ଦିଗକୁ ଦେଖିବ ସ୍ବାସ୍ଥ୍ୟ ବିଭାଗ ।
ଗୁରୁବାର ସନ୍ଧ୍ୟାରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ତିନିଜଣ ଡାକ୍ତରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା। ମହାମାରୀ ସମୟରେ ଚିକିତ୍ସାରେ ଅବହେଳା କରୁଥିବା ନେଇ ଏପରି ପଦକ୍ଷେପ ନିଆଯାଇଛି । ଉତ୍ତରପ୍ରଦେଶର ଫିରୋଜାବାଦରେ ଜ୍ୱର ଏବଂ ଡେଙ୍ଗୁରେ ମୃତ୍ୟୁ ସଂଖ୍ୟା ପ୍ରାୟ 60ରେ ପହଞ୍ଚିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗଷ୍ଟ 30ରେ ଫିରୋଜାବାଦ ଆସିଥିଲେ । ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସହ କଥା ହୋଇଥିଲେ। ପରେ ସୁଦାମାନଗର ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ | ମେଡିକାଲ କଲେଜରେ ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କ ସଂଖ୍ୟା ବୃଦ୍ଦି କରିବାକୁ ଯୋଗୀ ନିର୍ଦ୍ଦେଶ ଦେଇଥିଲେ । ଚିକିତ୍ସାରେ ଅବହେଳା ନ କରିବାକୁ ମଧ୍ୟ କହିଥିଲେ । ସେ ମ୍ୟୁନିସିପାଲିଟି କର୍ପୋରେସନ ଏବଂ ଚିଫ ମେଡିକାଲ ଅଫିସରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।