ଓଡିଶା

odisha

By

Published : Sep 29, 2022, 1:54 PM IST

ETV Bharat / bharat

ସର୍ଜିକାଲ ଷ୍ଟ୍ରାଇକକୁ ୬ ବର୍ଷ, ଆଜିର ଦିନରେ ପାକିସ୍ତାନକୁ ଥରହର କରିଥିଲା ଭାରତ

ଆଜିର ଦିନରେ ପାକିସ୍ତାନକୁ ଉରି ଆକ୍ରମଣର ଦୃଢ ଜବାବ ଦେଇଥିଲା ଭାରତ । କିଟ କିଟ ଅନ୍ଧାର ରାତିରେ POKରେ ପ୍ରବେଶ କରି ଶତ୍ରୁ ଠାରୁ ବଦଲା ନେଇଥିଲେ ଭାରତୀୟ ସେନା । ଅଧିକ ପଢନ୍ତୁ

ସର୍ଜିକାଲ ଷ୍ଟ୍ରାଇକକୁ ୬ ବର୍ଷ, ଆଜିର ଦିନରେ ପାକିସ୍ତାନକୁ ଥରହର କରିଥିଲା ଭାରତ
ସର୍ଜିକାଲ ଷ୍ଟ୍ରାଇକକୁ ୬ ବର୍ଷ, ଆଜିର ଦିନରେ ପାକିସ୍ତାନକୁ ଥରହର କରିଥିଲା ଭାରତ

ହାଇଦ୍ରାବାଦ: ସେପ୍ଟେମ୍ବର ୨୯, ୨୦୧୬... ଆଜି ଶତ୍ରୁ ଦେଶ ପାକିସ୍ତାନ ପାଇଁ ଥିଲା କାଳର ଦିନ ଓ ପ୍ରତିଟି ଭାରତୀୟଙ୍କ ପାଇଁ ଥିଲା ଖୁସି ମନାଇବାର ଦିନ । କାହିଁକିନା ଆଜିର ଦିନରେ ପାକିସ୍ତାନକୁ ଉରି ଆକ୍ରମଣର ଦୃଢ ଜବାବ ଦେଇଥିଲା ଭାରତ । କିଟ କିଟ ଅନ୍ଧାର ରାତିରେ POKରେ ପ୍ରବେଶ କରି ଶତ୍ରୁ ଠାରୁ ବଦଲା ନେଇଥିଲେ ଭାରତୀୟ ସେନା । ଶତ୍ରୁଦେଶର ଆତଙ୍କୀ କ୍ୟାମ୍ପକୁ ଧ୍ବଂସ ବିଧ୍ବସ୍ତ କରିଥିଲେ ଭାରତୀୟ ସେନାର ବୀର ଯବାନ । ଯାହାକୁ ସର୍ଜିକାଲ ଷ୍ଟ୍ରାଇକ(Surgical Strike) ରୂପେ ପାଳନ କରୁଛି ଦେଶ । ଆଜି ସେହି ସର୍ଜିକାଲ ଷ୍ଟ୍ରାଇକକୁ ପୂରିଛି 6 ବର୍ଷ । ଆଜିର ଦିନରେ ଭାରତୀୟ ସେନାର ସାହାସୀ ଯବାନ ପିଓକେରେ ପ୍ରବେଶ କରି ଆତଙ୍କବାଦୀ ଲଞ୍ଚ ପ୍ୟାଡକୁ ନଷ୍ଟ କରିଥିଲେ । ଏଥରେ ଅନେକ ଆତଙ୍କୀ ନିହତ ହୋଇଥିଲେ । କୁହାଯାଉଛି ସର୍ଜିକାଲ ଷ୍ଟାଇକରେ ୩୫ରୁ ୭୦ ଆତଙ୍କବାଦୀ ନିହତ ହୋଇଥିଲେ । ଏଥି ସହ ୨ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-PFI ଅଫିସିଆଲ ଆକାଉଣ୍ଟକୁ ବନ୍ଦ କଲା ଟ୍ବିଟର

ଉରି ଆକ୍ରମଣ

୧୮ ସେପ୍ଟେମ୍ବର ୨୦୧୬ରେ ଜମ୍ମୁ କଶ୍ମୀରର ଉରିରେ ଥିବା ସେନାଙ୍କ କ୍ୟାମ୍ପ ଉପରେ ରାତି ଅଧରେ ଅତର୍କିତ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଫଳରେ ଏହି ଆକ୍ରମଣରେ ଭାରତ ତାର ୧୯ ବୀରପୁତ୍ରକୁ ହରାଇଥିଲା, ଏଥି ଭାରତ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦକୁ ଦାୟୀ କରିଥିଲା । ଆକ୍ରମଣର ଗୋଟିଏ ଦିନ ପରେ ଭାରତୀୟ ସେନା ଶତ୍ରୁ ଦେଶକୁ ଏହାର ଦୃଢ ଜବାବ ଦେବ ବୋଲି ସ୍ଥିର କରିଥିଲା ରକ୍ତର ଜବାବ ରକ୍ତରେ ଦେବାକୁ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଣ୍ଟ । ସରକାର ଯବାନଙ୍କୁ ହ୍ୟାଣ୍ଡ ଫ୍ରି ମଧ୍ୟ କରିଦେଇଥିଲେ । ଏହି ଆକ୍ରମଣକୁ ନେଇ ପାକସ୍ତାନର ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ଜମ୍ମୁ କଶ୍ମୀରରେ ହୋଇଥିବା ଆକ୍ରମଣ ଦୃଷ୍ଟି ଆକର୍ଷଣ କରିବା ପାଇଁ ଭାରତ ନିଜେ ଉରି ଆକ୍ରମଣ କରିଥିଲା ।

ସର୍ଜିକାଲ ଷ୍ଟ୍ରାଇକ

ଉରି ଆକ୍ରମଣର ୧୦ ଦିନ ପରେ ବା ଆଜିର ଦିନରେ ଶତ୍ରୁଦେଶ ଉପରେ ସର୍ଜିକାଲ ଷ୍ଟାଇକ କରିଥିଲା ଭାରତ । ଏଥିପାଇଁ ୨୮ ସେପ୍ଟେମ୍ବର ରାତିରେ ସର୍ଜିକାଲ ଷ୍ଟ୍ରାଇକର ପୁରା ପ୍ରସ୍ତୁତି ଆରମ୍ଭ ହୋଇଥିଲା । ୨୯ ତାରିଖ ରାତି ୧୨ଟା ୩୦ ମିନିଟରେ ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ ଆରମ୍ଭ କରିଥିଲା, ଏହାପରେ ରାତି ୪ଟା ୩୦ ମିନିଟରେ ଆତଙ୍କୀ ଲଞ୍ଚ ପ୍ୟାଡ ଉପରକୁ ଆକ୍ରମଣ କରି ଫେରି ଆସିଥିଲା । ଆଜିର ଦିନରେ କେବଳ ପାକିସ୍ତାନ ନୁହେଁ ସମଗ୍ର ବିଶ୍ବ ଦେଖିଥିଲା ଭାରତୀୟ ଯବାନଙ୍କ ପରାକ୍ରମ । ଆଜିବି ସର୍ଜିକାଲ ଷ୍ଟ୍ରାଇକ କଥା ଭାବିଲେ ଭୟରେ ଥରି ଉଠେ ଶତ୍ରୁଦେଶ ପାକିସ୍ତାନର ଛାତି ।

ABOUT THE AUTHOR

...view details