ଓଡିଶା

odisha

ETV Bharat / bharat

ବସ-ଟ୍ରକ ମୁହାଁମୁହିଁ ଧକ୍କା: 16 ମୃତ, 15 ଆହତ - ସାହିବଗଞ୍ଜ ଗୋବିନ୍ଦପୁର ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଝାଡଖଣ୍ଡ ସାହିବଗଞ୍ଜ ଗୋବିନ୍ଦପୁର ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ-ଟ୍ରକ ମୁହାଁମୁହିଁ ଧକ୍କାରେ 16 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 15 ଗୁରୁତର । ଅଧିକ ପଢନ୍ତୁ

ବସ-ଟ୍ରକ ମୁହାଁମୁହିଁ ଧକ୍କା: 6 ମୃତ, 15 ଆହତ
ବସ-ଟ୍ରକ ମୁହାଁମୁହିଁ ଧକ୍କା: 6 ମୃତ, 15 ଆହତ

By

Published : Jan 5, 2022, 11:07 AM IST

Updated : Jan 5, 2022, 3:12 PM IST

ରାଞ୍ଚି: ଝାଡଖଣ୍ଡ ସାହିବଗଞ୍ଜ ଗୋବିନ୍ଦପୁର ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ 16 ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ 15 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 6 ସଙ୍କଟାପନ୍ନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ଏହି ଦୁର୍ଘଟଣା କମରଡିହା ଗ୍ରାମ ନିକଟରେ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ 40 ଜଣ ଯାତ୍ରୀଙ୍କୁ ନେଇ ବରହରୱା ଠାରୁ ଦୁମ୍‌କା ଯାଉଥିବାବେଳେ ବସଟି ବିପରୀତ ଦିଗରୁ ଆସୁଥିବା ସିଲିଣ୍ଡର ବୋଝେଇ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲ । ତେବେ ଘନ କୁହୁଡ଼ି କାରଣରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଅନ୍ୟପଟେ ସୂଚନା ପାଇବା ମାତ୍ରେ ଅମଡାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଆରମ୍ଭ କରିଥିଲା । ଆହତଙ୍କୁ ନକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଗୁରୁତରଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି ।

ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦୁଃଖ ପ୍ରକାଶ କରିଛନ୍ତି । ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅହତଙ୍କ ଆଶୁ ଆରୋଗ୍ୟ କାମନା କିରି ସେ ଟ୍ବିଟ କରିଛନ୍ତି । ଚିକିତ୍ସାଧୀନ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସୋରେନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 5, 2022, 3:12 PM IST

ABOUT THE AUTHOR

...view details