ରାଞ୍ଚି : କୋରୋନା ମହାମାରୀ କେତେ ଭୟଙ୍କର ତାହାର ଏକ ରୂପ ଦେଖିବାକୁ ମିଳିଛି ହଜାରିବାଗ ଅଞ୍ଚଳରେ । କୋରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ଗୋଟିଏ ପରିବାର 6 ଜଣ । ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଲିଛି ଝାଡଖଣ୍ଡର ହଜାରିବାଗ ଜିଲ୍ଲାରେ । 14 ଦିନ ମଧ୍ୟରେ ଗୋଟିଏ ପରିବାରର 6 ଜୀବନ ନେଇଛି କୋରୋନା । ଏହି ଘଟଣା ପରଠାରୁ ପୁରା ପରିବାର ଭାଙ୍ଗି ପଡିଛନ୍ତି ।
କୋରୋନାର କରାଳ ଚିତ୍ର, ଗୋଟିଏ ପରିବାରରୁ ନେଲା 6 ମୁଣ୍ଡ - people from same family died in jharkhanda
କୋରୋନା ଛଡାଇ ନେଲା ଗୋଟିଏ ପରିବାରର 6 ଜୀବନ । 14 ଦିନରେ ପ୍ରାଣ ହରାଇଲେଣି 6 ସଦସ୍ୟ । ଝାଡଖଣ୍ଡର ହଜାରିବାଗର ଘଟଣା । ଅଧିକ ପଢନ୍ତୁ...
ହଜାରିବାଗର ଦାରୁ ବ୍ଲକର ପେଟୋ ଗ୍ରାମରେ କରୋନା ସଂକ୍ରମଣ ଯୋଗୁଁ 14 ଦିନ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କ ପିତାଙ୍କ ସମେତ 3 ଜଣ ଲୋକ ପ୍ରାଣ ହରାଇଲେ । ଏହି ଘଟଣା ପରେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି । 19 ମଇ ରାତିରେ ପେଟୋ ବାସିନ୍ଦା ନନ୍ଦ କିଶୋର କୁଶୱାହା (52) ଙ୍କ ମୃତ୍ୟୁ ହୋଇଥିଲା। ଏହାପୂର୍ବରୁ ତାଙ୍କ ପତ୍ନୀ ମଞ୍ଜୁ ଦେବୀ ଯିଏ ଅଙ୍ଗନୱାଡି କର୍ମୀ ଭାବେ କାମ କରନ୍ତି ତାଙ୍କର ମଧ୍ୟ ମେ 6ରେ ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ପିତା ହାର୍ଦ୍ଦୁ ମହାଟୋଙ୍କର ମୃତ୍ୟୁ ମଧ୍ୟ କୋଭିଡରେ ହୋଇଥିଲା । ନନ୍ଦା କିଶୋର କୁଶୱାହାଙ୍କ ପିତାଙ୍କ କ୍ରିୟାକାର୍ଯ୍ୟ ଶେଷ ହୋଇନଥିଲା ଯେ ତାଙ୍କ ପୁଅର ମଧ୍ୟ ମୃତ୍ୟୁ ଘଟିଛି । ନନ୍ଦ କିଶୋର କୁଶୱା ବାରୱାର ବିଦ୍ୟାଳୟର ପ୍ରଧାନଶିକ୍ଷକ ଥିଲେ । ତାଙ୍କର ଆଉ ଜଣେ ଝିଅ ଏବେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ