ପାଟନା: ହୋଟେଲ ଉପରେ ଅଚାନକ ମାଡିଗଲା ଟ୍ରକ । ଘଟଣାସ୍ଥଳରେ 6 ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ 18 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କଯାଇଛି ।
ହୋଟେଲ ଉପରେ ମାଡିଗଲା ଟ୍ରକ: 6 ମୃତ, 18 ଗୁରୁତର - ହୋଟେଲ ଉପରେ ମାଡିଗଲା ଟ୍ରକ
ଭାରସାମ୍ୟ ହରାଇ ଅଚାନକ ହୋଟେଲ ଉପରେ ମାଡିଗଲା ଟ୍ରକ । 6 ଜଣଙ୍କ ପ୍ରାଣହାନୀ ସହ 18 ଗୁରୁତର । ଅଧିକ ପଢନ୍ତୁ...

ହୋଟେଲ ଉପରେ ମାଡିଗଲା ଟ୍ରକ: 6 ମୃତ, 18 ଗୁରୁତର
ସୂଚନା ଅନୁଯାୟୀ ବିହାରର ନାଳନ୍ଦା ଜିଲ୍ଲା ହିଲ୍ସାର ତେଲ୍ହଡା ତାଡ ନିକଟରେ ଥିବା ଏକ ହୋଟଲରେ ଭାରସାମ୍ୟ ହରାଇ ଟ୍ରକ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ 6 ଜଣଙ୍କର ମୃତ୍ୟୁ ଘଟିଛି । ଏକାଧିକ ଲୋକେ ହୋଟେଲ ମଧ୍ୟରେ ଚାପିହୋଇ ରହିଥିବା ଜଣାରଡିଛି । ଖବର ପାଇ ହିଲ୍ସା ଡିଏସପି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଆହତଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ