ନୂଆଦିଲ୍ଲୀ:ଗୁଜୁରାଟରେ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିବା ସହ 6 ପାକିସ୍ତାନୀଙ୍କ ସମେତ 7 ଜଣଙ୍କ ନାଁରେ ମାମଲା ରୁଜୁ କଲା ଜାତୀୟ ଗୁଇନ୍ଦା ବିଭାଗ(NIA) । ଏମାନଙ୍କ ନିକଟରୁ 237 କେଜିର ନିଶାଦ୍ରବ୍ୟ ଜବତ କରାଯାଇଛି । ଶୁକ୍ରବାର ଦିନ ଅହମ୍ମଦାବାଦର ଜାତୀୟ ଗୁଇନ୍ଦା ଏଜେନ୍ସି (ଏନଆଇଏ) କୋର୍ଟରେ ଏହି ଚାର୍ଜସିଟ ଦାଖଲ କରାଯାଇଥିଲା । ଏନେଇ ସଂସ୍ଥାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଏନଆଇଏ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ମାନେ ହେଲେ ସଫଦର ଅଲି, ଆଲାହି ଦାଦ ଅଙ୍ଗିଆରା, ଅଜିମ ଖାନ, ଅବଦୁଲ ଅଜିଜ, ଅବଦୁଲ ଗଫୁର, ମୋହମାଦ ମଲାହ। ଏମାନେ ସମସ୍ତେ ପାକିସ୍ତାନର କରାଚୀର ବୋଲି ଜଣାପଡିଛି । ଏହାସହ ଗୁଜୁରାଟର ଦ୍ବାରକା ଅଞ୍ଚଳର ଜଣେ ଭାରତୀୟଙ୍କ ନାମ ମଧ୍ୟ ଏଥିରେ ସାମିଲ ଅଛି ।