ଲକ୍ଷ୍ନୌ:ଉତ୍ତର ପ୍ରଦେଶର ଫର୍ଣ୍ଣିଚର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ (Fire Breaks Out At Furniture Shop In UP)। ନିଆଁରେ ଜଳି ଜୀବନ୍ତ ଦଗ୍ଧ ହେଲେ ଗୋଟିଏ ପରିବାର ୬ ଜଣ ସଦସ୍ୟ। ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ (Chief Minister Yogi Adityanath) ଶୋକ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି ।
ସୂଚନାଅନୁସାରେ, ଗତକାଲି(ମଙ୍ଗଳବାର) ସର୍ଟସର୍କିଟ ଯୋଗୁଁ ଫିରୋଜାବାଦ ଜିଲ୍ଲାର ପଦମ ସହରର ଏକ ଇନଭୋଟର ଗୋଦାମରେ ନିଆଁ ଲାଗିଯାଇଥିଲା । ତେବେ ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ, ପ୍ରଥମେ ନିଆଁ ତଳ ମହଲାରେ ଲାଗି ଉପର ମହଲାକୁ ବ୍ୟାପି ଯାଇଥଲା । ଫଳରେ ନିଆଁ ଆଁରେ ଗୋଟିଏ ପରିବାରର ୬ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ମୃତକଙ୍କ ମଧ୍ୟରେ ୨ଜଣ ବୟସ୍କ ଏବଂ ୪ଜଣ ଶିଶୁ ରହିଛନ୍ତି । ନିଆଁ ଲିଭା କାର୍ଯ୍ୟରେ ୧୮ଟି ଅଗ୍ନିଶମ ବାହିନୀ ନିୟୋଜିତ ଥିବା ନେଇ ଫିରୋଜାବାଦ ଏସପି ଆଶିଷ ତିଓ୍ବାରି ସୂଚନା ଦେଇଛନ୍ତି । ତେବେ ଏହି ଘଟଣାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି ।