ଓଡିଶା

odisha

By ETV Bharat Odisha Team

Published : Oct 9, 2023, 4:52 PM IST

ETV Bharat / bharat

Jalandhar: ଫ୍ରିଜ କମ୍ପ୍ରେସର ଫାଟି ବିସ୍ଫୋରଣ, 3 ଶିଶୁଙ୍କ ସମେତ ପରିବାରର 6 ସଦସ୍ୟ ଦଗ୍ଧ

ରେଫ୍ରିଜେଟର କମ୍ପ୍ରେସର ଫାଟି ବିସ୍ଫୋରଣ । ବିଜେପି ନେତାଙ୍କ ସମେତ ପରିବାରର 6 ମୃତ । ମୃତକଙ୍କ ମଧ୍ୟରେ 3 ଶିଶୁ । ଅଧିକ ପଢନ୍ତୁ

Jalandhar: ଫ୍ରୀଜ କମ୍ପ୍ରେସର ଫାଟି ବିସ୍ଫୋରଣ, 3 ଶିଶୁଙ୍କ ସମେତ ପରିବାରର 6 ସଦସ୍ୟ ଦଗ୍ଧ
Jalandhar: ଫ୍ରୀଜ କମ୍ପ୍ରେସର ଫାଟି ବିସ୍ଫୋରଣ, 3 ଶିଶୁଙ୍କ ସମେତ ପରିବାରର 6 ସଦସ୍ୟ ଦଗ୍ଧ

ଚଣ୍ଡିଗଡ:ଜଳନ୍ଧର ସହରରେ ରେଫ୍ରିଜେଟର କମ୍ପ୍ରେସର ଫାଟି ବିସ୍ଫୋରଣ ଘଟିବାରୁ ଗୋଟିଏ ପରିବାର 3 ଶିଶୁଙ୍କ ସମେତ ମୋଟ 6 ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି (ରବିବାର) ରାତିରେ ଏହି ପରିବାର ସଦସ୍ୟ ମ୍ୟାଚ ଦେଖୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ମୃତକଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟିର ଜଣେ ସ୍ଥାନୀୟ କାର୍ଯ୍ୟକର୍ତ୍ତା ରହିଛନ୍ତି । ପୋଲିସ ପହଞ୍ଚି ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ମାମଲା ରୁଜୁ କରି ତଦନ୍ତ ମଧ୍ୟ ଆରମ୍ଭ କରିଛି ।

ପ୍ରାଥମିକ ତଦନ୍ତ ପରେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଳନ୍ଧରର ଅବତାର ନଗରରେ ଘଟିଛି । ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତା ଯଶପାଲ ଘାଇଙ୍କ ପରିବାର ରାତ୍ରିଭୋଜନ ଶେଷ କରିବା ପରେ କ୍ରିକେଟ ମ୍ୟାଚ ଦେଖୁଥିଲେ । ତେବେ ଏହି ସମୟରେ ଘରେ ଥିବା ଫ୍ରିଜର କମ୍ପ୍ରେସର ଫାଟି ବିସ୍ଫୋରଣ ହୋଇଥିଲା । ଏହା ପରେ ଘରେ ନିଆଁ ଲାଗିଯାଇଥିଲା । ଏଥିରେ ଘର ଭିତରେ ଥିବା ଜଶପାଲ ଓ ଅନ୍ୟ ସଦସ୍ୟ ବାହାରକୁ ବାହାରି ପାରିନଥିଲେ । ଜଶପାଲଙ୍କ ସମେତ ତାଙ୍କ ପୁଅ, ବୋହୂ ଓ ତିନି ଜଣ ଶିଶୁ ଘଟଣାସ୍ଥଳରେ ଜୀବନ୍ତ ଜଳି ଯାଇଥିଲେ । ଦମକଳ ଟିମ ପହଞ୍ଚି ନିଆଁକୁ ଆୟତ କରିବା ପରେ 5 ଜଣଙ୍କ ମୃତଦେହ ଉଦ୍ଧାର କରିଛି । ଅନ୍ୟ ଜଣେ ଗୁରୁତରଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ:- Hamas Supernova manslaughter: ମ୍ୟୁଜିକ ଫେଷ୍ଟରେ ଆକ୍ରମଣ, ଆଖି ବୁଜିଲେ 260 ଇସ୍ରାଏଲୀ

ମୃତକଙ୍କ ମଧ୍ୟରେ ଯଶପାଲ, ତାଙ୍କ ପୁଅ ଇନ୍ଦ୍ରପାଲ, ବୋହୁ ରୁଚିଙ୍କ ସମେତ ମାନସା ଓ ଅକ୍ଷୟ ନାମରେ ଦୁଇ ଶିଶୁ ଓ ପରିବାରର ଅନ୍ୟ ଜଣେ ସଦସ୍ୟ ରହିଛନ୍ତି । ଘଟଣାସ୍ଥଳରେ 5 ଜଣ ଓ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଜଣଙ୍କୁ ମିଶାଇ ମୋଟ 6 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ଘରେ ଥିବା ଫ୍ରିଜର କମ୍ପ୍ରେସର ଫାଟି ପ୍ରଥମେ ବିସ୍ଫୋରଣ ହୋଇଥିଲା । ପରେ ନିକଟରେ ଥିବା ଗ୍ୟାସ ସିଲିଣ୍ଡରରେ ମଧ୍ୟ ନିଆଁ ଲାଗିଯାଇ ବିସ୍ଫୋରଣ ହୋଇଥିଲା । ଫଳରେ ପୁରା ବିଲ୍ଡିଂରେ ନିଆଁ ଲାଗିଯାଇଥିଲା । ଏହି ପରିବାର ସେତେବେଳେ କ୍ରିକେଟ ମ୍ୟାଚ ଦେଖୁଥିବା ବେଳେ ବାହାରକୁ ବାହାରି ପାରିନଥିଲେ । ସ୍ଥାନୀୟ ଆମ ଆଦମୀ ପାର୍ଟି ସାଂସଦ ସୁଶୀଲ ରିଙ୍କୁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପୀଡିତ ପରିବାର ସଦସ୍ୟଙ୍କୁ ଆଶ୍ବସନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details