ଓଡିଶା

odisha

ETV Bharat / bharat

ବାହୁଡାଯାତ୍ରା ଅଘଟଣ: ତ୍ରିପୁରାରେ ବିତ୍ୟୁତ ତାରରେ ଲଗିଗଲା ରଥ, ଜଳିଗଲେ 6 ଭକ୍ତ - ରଥରେ ଲାଗିଲା କରେଣ୍ଟ

ତ୍ରିପୁରାରେ ରଥାଟଣା ବେଳେ ବଡ ଅଘଟଣ । ବିତ୍ୟୁତ ତାରରେ ରଥ ଲାଗିଯାଇ ଜଳିଗଲେ 6 ଭକ୍ତ । 15 ରୁ ଅଧିକ ଆହତ । ମୃତକଙ୍କ ମଧ୍ୟରେ 2 ଶିଶୁ । ଅଧିକ ପଢନ୍ତୁ

ରଥଯାତ୍ରା ଅଘଟଣ: ତ୍ରିପୁରାରେ ବିତ୍ୟୁତ ତାରରେ ଲଗିଗଲା ରଥରେ, 2 ଶିଶୁଙ୍କ ସମେତ 6 ମୃତ
ରଥଯାତ୍ରା ଅଘଟଣ: ତ୍ରିପୁରାରେ ବିତ୍ୟୁତ ତାରରେ ଲଗିଗଲା ରଥରେ, 2 ଶିଶୁଙ୍କ ସମେତ 6 ମୃତ

By

Published : Jun 28, 2023, 8:59 PM IST

ଅଗରତାଲା:ତ୍ରିପୁରାରେ ବାହୁଡା ଯାତ୍ରାରେ ବଡ ଅଘଟଣ । ଉନାକୋଟି ଜିଲ୍ଲାରେ ରଥ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବା କାରଣରୁ 6ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 2 ଶିଶୁ ମଧ୍ୟ ରହିଛନ୍ତି । ପ୍ରାୟ ଅନ୍ୟ 15 ଭକ୍ତ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରଥ ଟଣା ବେଳେ ରଥର ଅଗ୍ର ଭାଗ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଉଇଥିଲା । ରଥର କିଛି ଅଂଶ ଜଳି ମଧ୍ୟ ଯାଇଛି ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ବାହୁଡା ଯାତ୍ରା ଅବସରରେ (ସ୍ଥାନୀୟ ଭାଷାରେ ‘ଉଲଟ ରଥ’) ଯାତ୍ରାରେ ରଥ ଟଣାଯାଉଥିଲା । ପ୍ରଭୁ ଜଗନ୍ନାଥଙ୍କ ଏହି ରଥଟି ଲୁହାରେ ନିର୍ମିତ ହୋଇଥିଲା । ଏହାକୁ ସଜ୍ଜା ମଧ୍ୟ ଯାଇଥିଲା । କେତେକ ଶ୍ରଦ୍ଧାଳୁ ରଥ ଉପରେ ମଧ୍ୟ ଚଢିଥିଲେ । ହେଲେ ହଠାତ ରଥଟିର ଅଗ୍ରଭାଗଟି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଷରେ ଆସିଯାଇଥିଲା । ଫଳରେ ଲୁହା ନିର୍ମିତ ରଥଟି ଚାର୍ଜ ହୋଇଥିଲା । ଏଥିରେ ଥିବା ଭକ୍ତଙ୍କ ମଧ୍ୟରୁ 6 ଜଣ ଘଟଣାସ୍ଥଳରେ ଜଳିଯାଇଥିଲେ । ଅନ୍ୟ 15 ଶ୍ରଦ୍ଧାଳୁ ମଧ୍ୟ ଏଥିରେ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତ ଶ୍ରଦ୍ଧାଳୁଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ବାହୁଡ଼ିଲେ ଶ୍ରୀଜିଉ, ସିଂହଦ୍ବାରରେ ଲାଗିଲା ତିନି ରଥ

ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ଅଘଟଣାରେ ଶୋକ ପ୍ରକାଶ କରିଛନ୍ତି । ସେ ମଧ୍ୟ ଘଟଣାସ୍ଥଳକୁ ଗସ୍ତ କରିବେ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି । ସେହିପରି ସେ ମୃତାହତଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ଆହତଙ୍କୁ ତ୍ବରିତ ଚିକିତ୍ସା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ସମୟରେ ରାଜ୍ୟ ସରକାର ମୃତାହତଙ୍କ ପରିବାର ସହ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶାହା କହିଛନ୍ତି । ଅନ୍ୟପଟେ ଦୁର୍ଘଟଣା ପରେ କାର୍ଯ୍ୟକ୍ରମ ବନ୍ଦ ରହିଛି । ପୋଲିସ ଓ ସ୍ଥାନୀୟ ଫାଏର ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ । ମୃତକଙ୍କ ପରିଚୟ ସମ୍ପର୍କରେ ପୋଲିସ ଏଯାଏ କିଛି ସ୍ପଷ୍ଟ କରିନି । ପାର୍ବଣରେ ଏପରି ଅଘଟଣରେ 2ଶିଶୁଙ୍କ ସମେତ 6ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details