ଓଡିଶା

odisha

ETV Bharat / bharat

ଝାଡଖଣ୍ଡରେ ଡ୍ୟାମରେ ବୁଡି 4 ଛାତ୍ର ମୃତ, ଏବେ ବି 2 ନିଖୋଜ - ଝାଡଖଣ୍ଡ କ୍ରାଇମ ନ୍ୟୁଜ

ଝାଡଖଣ୍ଡ ହଜାରିବାଗର ଲୋଟଓ୍ବା ଡ୍ୟାମରେ ଅଘଟଣ । ପାଣିରେ ବୁଡି 4 ଛାତ୍ର ମୃତ । ଅନ୍ୟ 2 ନିଖୋଜଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଅପରେସନ । ଗାଧୋଇବାକୁ ଯାଇଥିଲେ 6 ସାଙ୍ଗ । ଅଧିକ ପଢନ୍ତୁ

ଝାଡଖଣ୍ଡରେ ଡ୍ୟାମରେ ବୁଡି 4 ଛାତ୍ର ମୃତ, ଏବେ ବି 2 ନିଖୋଜ
ଝାଡଖଣ୍ଡରେ ଡ୍ୟାମରେ ବୁଡି 4 ଛାତ୍ର ମୃତ, ଏବେ ବି 2 ନିଖୋଜ

By ETV Bharat Odisha Team

Published : Oct 17, 2023, 6:05 PM IST

ରାଞ୍ଚି: ଝାଡଖଣ୍ଡର ଲୋଟଓ୍ବା ଡ୍ୟାମରେ ଅଘଟଣ । ଗାଧୋଇବା ବେଳେ ବୁଡିଯାଇ 4 ଛାତ୍ର ପ୍ରାଣ ହରାଇଥିବା ବେଳେ ଅନ୍ୟ 2 ନିଖୋଜ ହୋଇଯାଇଛନ୍ତି । ଏବେ ସୁଦ୍ଧା ସେମାନଙ୍କ ମଧ୍ୟରୁ 4 ଜଣଙ୍କ ମୃତଦେହ ଉଦ୍ଧାର ହୋଇସାରିଛି । ଏବେ ମଧ୍ୟ ଅନ୍ୟ ଦୁଇ ନିଖୋଜ ରହିଛନ୍ତି । ନିଖୋଜଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି ରହିଛି । ସମସ୍ତ ମୃତ ଓ ନିଖୋଜ ଛାତ୍ର ସ୍ଥାନୀୟ ମାଉଣ୍ଟ ଅମାଉଣ୍ଟ ସେକେଣ୍ଡାରୀ ସ୍କୁଲରେ ଦ୍ବାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ।

ମିଳିଥିବା ସୂଚନା ଅନୁସାରେ, ଏହି ଛାତ୍ରମାନେ ହଜାରିବାଗର ମାଉଣ୍ଟ ଅମାଉଣ୍ଟ ସେକେଣ୍ଡାରୀ ସ୍କୁଲରେ ଦ୍ବାଦଶ ଶ୍ରେଣୀରେ ପାଠ ପଢୁଥିଲେ । ଆଜି ସେମାନେ ସ୍କୁଲ ଯିବା ସମୟରେ ଗାଧୋଇବା ଉଦ୍ଦେଶ୍ୟରେ ହଜାରିବାଗରୁ ପ୍ରାୟ 15 କି.ମି ଦୂରରେ ଥିବା ଏହି ଲୋଟଓ୍ବା ଡ୍ୟାମରେ ପହଞ୍ଚିଥିଲେ । ମାତ୍ର ଗାଧୋଇବା ସମୟରେ ସମସ୍ତ 6 ଜଣ ବୁଡି ଯାଇଥିଲେ । କୌଣସି ସୂତ୍ରରୁ ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଥିଲା । ସେମାନଙ୍କ ମଧ୍ୟରୁ 4 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନେ ସୁନିତ କୁମାର, ଶିବ ସାଗର, ଇଶାନ ସିଂ ଓ ମୟଙ୍କ ଭାବେ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଦୁଇ ଛାତ୍ରଙ୍କ ସମ୍ପର୍କରେ କୌଣସି ପତ୍ତା ମିଳନି ।

ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ତତ୍ତ୍ବାବଧାନରେ ପୋଲିସ, ଅଗ୍ନିଶମ ବାହିନୀର ଟିମ ରବରବୋଟ ମାଧ୍ୟମରେ ଜଳଭଣ୍ଡାରରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସଂଧ୍ୟା ସୁଦ୍ଧା ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରାଯାଉଛି । ଅଘଟଣର କାରଣ ସମ୍ପର୍କରେ ଜଣାପଡିନଥିଲେ ସୁଦ୍ଧା, ପହଁରା ନଶିଖି ଅଥଳ ପାଣିରେ ପ୍ରବେଶ କରିବା କିମ୍ବା ଅଧିକ ସ୍ରୋତ କାରଣରୁ ଭାସିଯାଇ ଏହି ଅଘଟଣ ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ଉଦ୍ଧାର ମୃତଦେହକୁ ପୋଲିସ ସ୍ଥାନୀୟ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଛାତ୍ରଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟ ହସ୍ପିଟାଲରେ ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ତାମିଲନାଡୁରେ ଦୁଇଟି ବାଣ କାରଖାନାରେ ବିସ୍ଫୋରଣରେ 10 ମୃତ

ଅନେକ ସମୟରେ ଡ୍ୟାମ କିମ୍ବା ପର୍ଯ୍ୟଟନସ୍ଥଳୀରେ ଥିବା ଜଳାଶୟରେ ଗାଧୋଇବା ପାଇଁ ଛାତ୍ରଛାତ୍ରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ କୌତୁହଳ ଦେଖାଯାଏ । ସେମାନେ ପହଁରା ନଶିଖି ମଧ୍ୟ ଜଳରାଶି ପ୍ରବେଶ କରିବା କାରଣରୁ ଏପରି ଅଘଟଣ ଘଟିଥାଏ । ସେହିପରି ସମୁଦ୍ରରେ ମଧ୍ୟ ଗାଧୋଇବା ବେଳେ ଭାସିଯାଇ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ଅନେକାଂଶରେ ଉଦାହରଣ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details