ଓଡିଶା

odisha

ETV Bharat / bharat

Poonch Attack: ସରକାରୀ କର୍ମଚାରୀ, ମାଦ୍ରାସା ମୌଳବୀ ସମତେ 6 ଗିରଫ - ଭାରତୀୟ ସେନା

ଜମ୍ମୁରେ ସେନା ଟ୍ରକକୁ ଆକ୍ରମଣ ଓ 5 ଯବାନ ଶହୀଦ ହେବା ଘଟଣାରେ 6 ଜଣଙ୍କୁ ଗିରଫ କଲା ପୋଲିସ । ଗିରଫଙ୍କ ମଧ୍ୟରେ ରହିଛନ୍ତି ସରକାରୀ କର୍ମଚାରୀ ଓ ମାଦ୍ରାସା ଚଳାଉଥିବା ଧର୍ମ ପ୍ରଚାରକ । ଅଧିକ ପଢନ୍ତୁ

Poonch attack: ସରକାରୀ କର୍ମଚାରୀ ଧର୍ମ ପ୍ରଚାରକଙ୍କ ସମତେ 6 ଗିରଫ
Poonch attack: ସରକାରୀ କର୍ମଚାରୀ ଧର୍ମ ପ୍ରଚାରକଙ୍କ ସମତେ 6 ଗିରଫ

By

Published : May 1, 2023, 9:15 PM IST

ଶ୍ରୀନଗର: ଦକ୍ଷିଣ କାଶ୍ମୀର ପୁଞ୍ଚରେ ଗତମାସ (ଏପ୍ରିଲ) 20 ଘଟିଥିବା ସେନା ଟ୍ରକ ଆକ୍ରମଣରେ ଘଟଣାରେ ଆଜି 6 ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସରକାରୀ କର୍ମଚାରୀ ଓ ଅନ୍ୟଜଣେ ମାଦ୍ରାସା ଚଳାଉଥିବା ମୌଳବୀ ମଧ୍ୟ ରହିଛି । ଅବଶିଷ୍ଟ 4 ସ୍ଥାନୀୟ ଅଭିଯୁକ୍ତ ଥିବା ପୋଲିସ କହିଛି । ସେମାନଙ୍କୁ ପ୍ରାଥମିକ ଜେରା କରିବା ପରେ ସେମାନେ ହିଁ ଆକ୍ରମଣରେ ସାମିଲ ଥିବା ପୋଲିସ ସ୍ପଷ୍ଟ ହୋଇଛି ।

ଏହି ଆକ୍ରମଣ ଘଟଣାରେ ପୋଲିସ ଓ କେନ୍ଦ୍ରୀୟ ଏଜେନ୍ସି ତଦନ୍ତ ଜାରି ରଖିଛନ୍ତି । ଗତ ଦୁଇଦିନ ତଳେ ପ୍ରାୟ 50 ଜଣ ସ୍ଥାନୀୟ ସନ୍ଦିଗ୍ଧଙ୍କୁ ଜେରା କରିବା ପାଇଁ ଡାକିଥିଲା ପୋଲିସ । ସମନ ପାଇବା ପରେ ଜଣେ ସ୍ଥାନୀୟ ସନ୍ଦିଗ୍ଧ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ପ୍ରାଥମିକ ଜେରା ପରେ ଏହି 6 ଜଣ ଆକ୍ରମଣ ସହ ସମ୍ପୃକ୍ତ ଥିବା ସୂଚନା ମିଳିବା ପରେ ସେମାନଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ମଦ୍ରାସା ଚଳାଉଥିବା ମୌଳବୀ ମନଜୁର ଓ ସରକାରୀ କର୍ମଚାରୀ ମରକାଜ ଉଲ ମାରିଫକୁ ବଟିଣ୍ଡି ଏରିଆରୁ ପୋଲିସ ଗିରଫ କରିଛି । ସେହିପରି ଅନ୍ୟ 4 ଗିରଫ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳରୁ ରହିଥିବା ପୋଲିସ କହିଛି ।

ଏମାନଙ୍କ ସମ୍ପର୍କ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ମଧ୍ୟ ଆକ୍ରମଣ ସହ ରହିଛି । ମଦ୍ରାସା ଚଲାଉଥିବା ଏହି ଅଭିଯୁକ୍ତ ମୌଳବୀ ଘାଟି ଓ ସୀମାପାର ଆତଙ୍କୀ ସଂଗଠନ ସହ ଲିଙ୍କ୍‌ ଥିବା ଜଣାପଡିଛି । ସମସ୍ତଙ୍କୁ ଜେରା କରୁଛି ପୋଲିସ । ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ଆବଶ୍ୟକ ପଡିଲେ ପୋଲିସ ଓ ଏନଆଇଏ ଅଧିକ ଜେରା ପାଇଁ ରିମାଣ୍ଡରେ ମଧ୍ୟ ସେମାନଙ୍କୁ ଆଣିପାରେ ।

20 ଏପ୍ରିଲରେ ଏହି ଆକ୍ରମଣ ଘଟିଥିଲା । ଦକ୍ଷିଣ କାଶ୍ମୀର ପୁଞ୍ଚରେ ଭାରତୀୟ ସ୍ଥଳସେନାର ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ଏକ ଅପରେସନରେ ଯିବା ସମୟରେ ଏହି ଆକ୍ରମଣ ହୋଇଥିଲା । ଏଥିରେ କୋର ଷ୍ଟିଲ ବୁଲେଟ ସହ ଗ୍ରେନେଡ ମଧ୍ୟ ବ୍ୟବହାର ହୋଇଥିବା ପରେ ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ଏଥିରେ 5ଜଣ ଯବାନ ଶହୀଦ ହୋଇଥିଲେ । ଏବେ ଏହାର ତଦନ୍ତ ସ୍ଥାନୀୟ ପୋଲିସ ସହ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ମଧ୍ୟ ଜାରି ରଖିଛି । ପ୍ରଥମେ 50 ଜଣ ସନ୍ଦିଗ୍ଧଙ୍କୁ ଜେରା ପାଇଁ ଡକାଯାଇଥିଲା । ଆଜି ଘଟଣାରେ ପ୍ରଥମ ଗିରଫଦାରୀ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details