ଓଡିଶା

odisha

ETV Bharat / bharat

5G ସ୍ପେକ୍ଟ୍ରମ ନିଲାମୀ ଶେଷ: ସବୁଠାରୁ ଅଧିକ ବିଡ୍‌ ଲଗାଇଲା JIO, ଅକ୍ଟୋବର ସୁଦ୍ଧା ସେବା ଆରମ୍ଭ - ୫G ସ୍ପେକ୍ଟ୍ରମ ନିଲାମୀ ଶେଷ

ଶେଷ ହେଲା ୫G ସ୍ପେକ୍ଟ୍ରମ ନିଲାମୀ । ଅକ୍ଟୋବର ସୁଦ୍ଧା ଦେଶରେ ୫G ସେବା ଆରମ୍ଭ ହେବ । ଅଧିକ ପଢ଼ନ୍ତୁ

୫G ସ୍ପେକ୍ଟ୍ରମ ନିଲାମୀ ଶେଷ, ସବୁଠାରୁ ଅଧିକ ବିଡ୍‌ ଲଗାଇଲା ଜିଓ
୫G ସ୍ପେକ୍ଟ୍ରମ ନିଲାମୀ ଶେଷ, ସବୁଠାରୁ ଅଧିକ ବିଡ୍‌ ଲଗାଇଲା ଜିଓ

By

Published : Aug 1, 2022, 8:05 PM IST

Updated : Aug 1, 2022, 9:22 PM IST

ନୂଆଦିଲ୍ଲୀ: ଶେଷ ହେଲା ୫G ସ୍ପେକ୍ଟ୍ରମ ନିଲାମୀ । ଅକ୍ଟୋବର ସୁଦ୍ଧା ଦେଶରେ ୫G ସେବା ଆରମ୍ଭ ହେବ । ୫G ସ୍ପେକ୍ଟ୍ରମ ନିଲାମୀରେ ସରକାର ମୋଟ 1.5 ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ପାଇଛନ୍ତି । ଯାହା ଆଶାଠାରୁ ଢେର ଅଧିକ ରହିଛି । ୭୨ ହଜାର ୦୯୮ MHz ବିଡ୍ ଅଫର୍‌ କରିଥିଲେ ସରକାର । ତେବେ ଏଥିମଧ୍ୟରୁ ୫୧ ହଜାର ୨୩୬ MHz ବିକ୍ରି ହୋଇଛି । ଏହାକୁ ନେଇ ଟେଲିକମ୍‌ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ତେବେ ଗୋଟିଏ ଟାଓ୍ୱାରରେ 700 MHz ଏୟାର ୱେଭ୍‌ ଲିମିଟ ରହିବ ।

ରୋଚକ କଥା ହେଉଛି ପୁଣି ଥରେ ଟେଲିକମ୍‌ ଦୁନିଆରେ ନିଜ ଦବବଦା ଜାହିର କରିବାକୁ ଯାଉଛି ରିଲିଆନ୍ସ ଜିଓ ଗ୍ରୁପ୍‌ । ୫G ସ୍ପେକ୍ଟ୍ରମ ନିଲାମୀରେ ସବୁଠାରୁ ଅଧିକ ବିଡ୍‌ ଲଗାଇଛି ରିଲିଆନ୍ସ ଜିଓ । ଏହି ନିଲାମୀରେ ୮୮ ହଜାର ୦୭୮ କୋଟି ଟଙ୍କା ବିଡ୍‌ ଲଗାଇ ସ୍ପେକ୍ଟ୍ରମ୍‌ର ପ୍ରାୟ ଅଧା ଏୟାର ୱେଭ୍‌ କିଣିଛି ଜିଓ ।

ତେବେ ତା ପଛକୁ ଅଦାନୀ ଗ୍ରୁପ୍‌ ମଧ୍ୟ ଟେଲିକମ୍‌ ଦୁନିଆରେ ନିଜ ଉପସ୍ଥିତି ଜାହିର କରିବାକୁ ଆଗେଇ ଆସିଛି । ଅଦାନୀ ଗ୍ରୁପ୍‌ ୨୧୨ କୋଟି ଟଙ୍କା ବିଡ୍‌ରେ ୪୦୦ MHzର ଏୟାର ୱେଭ୍‌ କିଣିଛି । ଏହି ବ୍ୟାଣ୍ଡର ସିଗ୍ନାଲ ରେଞ୍ଜ୍‌ ୬ରୁ ୧୦ କିମି ରହିବ । ଦେଶର ୨୨ଟି ସର୍କଲ୍‌ରେ ଏହା କାର୍ଯ୍ୟ କରିବ ।

ସେହିଭଳି ସୁନୀଲ ଭାରତୀ ମିତ୍ତଲ ଏୟାରଟେଲ ୪୩ ହଜାର ୮୪ ଟଙ୍କା ବିଡ୍‌ ଲଗାଇ ୧୯୮୬୭ MHz ଏୟାରୱେଭ୍‌ ପାଇଛି । ସେହିଭଳି ଏହି ନିଲାମୀରେ ଭୋଡଫୋନ୍‌ ପକ୍ଷରୁ ୧୮ ହଜାର ୭୮୪ ବିଡ୍‌ କରାଯାଇଛି । ପ୍ରଥମ ବର୍ଷରେ ୧୩୩୬୫ କୋଟି ଟଙ୍କା ଆଦାୟ କରାଯିବ ବୋଲି କହିଛନ୍ତି ଟେଲିକମ୍‌ ମନ୍ତ୍ରୀ ।

Last Updated : Aug 1, 2022, 9:22 PM IST

ABOUT THE AUTHOR

...view details