ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗ ନିର୍ବାଚନ: ନରେନ୍ଦ୍ରପୁରରୁ 56 ବୋମା ଉଦ୍ଧାର - ନରେନ୍ଦ୍ରପୁରରୁ 56 ବୋମା ଉଦ୍ଧାର

ରବିବାର ମଧ୍ୟରାତ୍ରରେ ପଶ୍ଚିମବଙ୍ଗ ପୋଲିସ ନରେନ୍ଦ୍ରପୁରରେ 56 ଟି ବୋମା ଉଦ୍ଧାର କରିଛି । ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ବୋମା ନିଷ୍କ୍ରୀୟକାରୀ ଦଳ ପହଞ୍ଚି ଉଦ୍ଧାର କରିଛି । ଅଧିକ ପଢନ୍ତୁ...

56 bombs recovered in Narendrapur, says EC
ପଶ୍ଚିମବଙ୍ଗ ନିର୍ବାଚନ : ନରେନ୍ଦ୍ରପୁରରୁ 56 ବୋମା ଉଦ୍ଧାର

By

Published : Mar 29, 2021, 8:49 AM IST

କୋଲକାତା: ନରେନ୍ଦ୍ରପୁରରୁ 56 ବୋମା ଉଦ୍ଧାର । ଶନିବାର ଏବଂ ରବିବାର ମଧ୍ୟରାତ୍ରରେ ପଶ୍ଚିମବଙ୍ଗ ନରେନ୍ଦ୍ରପୁରର ପୋଲିସ 56 ଟି ବୋମା ଉଦ୍ଧାର କରିଛି । ଏ ନେଇ ନିର୍ବାଚନ ଆୟୋଗ (ଇସି) ସୂଚନା ଦେଇଛନ୍ତି।

କୌଣସି ସୂତ୍ରରୁ ସୂଚନା ପାଇ ନରେନ୍ଦ୍ରପୁର ପୋଲିସର ଏକ ସ୍ବତନ୍ତ୍ର ଟିମ କାନ୍ଥିପୋଟାର ଖୋଦେଡା ପାଖରେ ଥିବା ଏକ ବାଉଁଶ ବାଡିରେ ଚଢାଉ କରିଥିଲା । ଚଢାଉବେଳେ 56 ଟି ଜୀବନ୍ତ ବୋମା ଉଦ୍ଧାର କରାଯାଇଥିଲା । ଏହାକୁ ନେଇ ନିର୍ବାଚନ କମିସନ କହିଛି ଯେ ବୋମା ତିଆରି, ଲୋକଙ୍କୁ ଯୋଗାଇବା ଏବଂ ବେଆଇନ ବ୍ୟବହାରରେ ସମ୍ପୃକ୍ତ ଥିବା ତରୁଣ ନାମକ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଛି । ଏହି ମାମଲାରେ ସଂପୃକ୍ତ ଅନ୍ୟ ମାନଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି। ଏହା ନେଇ ଏସିପି ଓମାର ଅଲି ମଲ୍ଲିକ କହିଛନ୍ତି ଯେ ଗତ ସଂନ୍ଧ୍ୟାରେ ଉଦ୍ଧାର ହୋଇଥିବା ବୋମା ମଧ୍ୟରୁ ପାଞ୍ଚଟି ବୋମା ରବିବାର ଦିନ ଆସାନସୋଲର କୁଲଟି ଅଞ୍ଚଳରେ ବ୍ୟବହାର କରାଯାଇଛି ।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଚାଲିଥିବାରୁ ନିର୍ବାଚନ କମିସନ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ କଡାକଡି କରିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶନିବାର ଦିନ 79.79 ପ୍ରତିଶତ ଭୋଟରଙ୍କ ସହ ସମାପ୍ତ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, କିଛି ଅଳ୍ପ ଘଟଣା ବ୍ୟତୀତ ମତଦାନ ଶାନ୍ତିପୂର୍ଣ୍ଣ ଥିଲା।

ଗୋଟିଏ ପର୍ଯ୍ୟାୟର ନିର୍ବାଚନ ଶେଷ ହୋଇଥିବା ବେଳେ ଅନ୍ୟ ସାତଟି ପର୍ଯ୍ୟାୟରେ ହେବ ନିର୍ବାଚନ । ଆସନ୍ତା 29 ଅପ୍ରେଲ ମଧ୍ୟରେ 294 ଆସନରେ ସମସ୍ତ ବିଧାନସଭା ଆସନରେ ନିର୍ବାଚନ ହେବ । ମେ 2 ତାରିଖରେ ଫଳାଫଳ ଘୋଷଣା କରାଯିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details