ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ କୋଭିଡ-୧୯ ଓ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । କୋରୋନାରେ ସଂକ୍ରମିତ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଓମିକ୍ରନ ମାମଲା ୫୪ ପ୍ରତିଶତ ରହିଛି । ଦିଲ୍ଲୀରେ ସଂକ୍ରମଣ ବଢୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିତି ନିୟନ୍ତ୍ରଣରେ ରହିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।
ଶୁକ୍ରବାର ଦିଲ୍ଲୀରେ କୋଭିଡ଼-୧୯ର ପ୍ରାୟ ୧୭୯୬ ମାମଲା ଚିହ୍ନଟ ହୋଇଥିଲା । କିନ୍ତୁ କାହାରି ମୃତ୍ୟୁ ଘଟିନାହିଁ । ସେପଟେ ଓମିକ୍ରନର ଯେଉଁ ମାମଲା ଚିହ୍ନଟ ହେଉଛି, ତନ୍ମଧ୍ୟରୁ କୌଣସି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ନଥିବା ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ବିଦେଶରୁ ଭାରତକୁ ଫେରୁଥିବା ଯାତ୍ରୀଙ୍କ ବିମାନ ବନ୍ଦର ନିକଟରେ RTPCR ଟେଷ୍ଟ କରାଯାଉଛି । ସେଠାରେ ଯେଉଁମାନେ ପଜିଟିଭ ଚିହ୍ନଟ ହେଉଛନ୍ତି, ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଉଛି । ଏହି କ୍ବାରେଣ୍ଟାଇନରେ ଆକ୍ରାନ୍ତ କୌଣସି ଶୁଳ୍କ ଦେଉନଥିବା କହିଛନ୍ତି ସେ । କିନ୍ତୁ ଯେଉଁମାନେ ପଞ୍ଚତାରକା ହୋଟେଲରେ କ୍ବାରେଣ୍ଟାଇନରେ ରହୁଛନ୍ତି, ସେମାନଙ୍କୁ ଶୁଳ୍କ ଭରିବାକୁ ପଡ଼ିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
ଏହା ବି ପଢନ୍ତୁ: TamilNadu Heavy Rainfall: ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା