ପାଣାଜି: ଗୋଆରେ ଶୁଭାରମ୍ଭ ହୋଇଛି ୫୨ ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ (International Film Festival ) । ଶନିବାର ସଂନ୍ଧ୍ୟାରେ ଗୋଆର ପାଣାଜିରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶୁଭାରମ୍ଭ ହୋଇଛି ଏସିଆ ତଥା ଭାରତର ଏହି ବହୁ ପୁରୁଣା ଫିଲ୍ମ ଫେଷ୍ଟିଭାଲ (International Film Festival of India) । ଏହା ନଭେମ୍ବର ୨୦ରୁ ଆରମ୍ଭ ହୋଇ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।
ଆଜିର ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର (Union Minister for I&B and Youth Affairs & Sports Anurag Thakur), ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ (CM Pramod Sawant) ପ୍ରମୁଖ ଯୋଗ ଦେଇଥିଲେ ।
ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଭାରତରେ ଆଗାମୀ ଦିନରେ ଅଧିକ ସିନେମା ପ୍ରସ୍ତୁତି କରିବା ପାଇଁ ପ୍ରତ୍ସାହନ ଯୋଗାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଭାରତରେ ବହୁ ଭାଷୀ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି ଯାହା ସାରା ବିଶ୍ବକୁ ଆକର୍ଷିତ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତ । ଏହା ସହ ଚଳିତ ବର୍ଷ ଦେଶ ପାଳନ କରୁଛି ସ୍ବାଧିନତାର ୭୫ ତମ ବର୍ଷ । ଦେଶରେ ବିଭିନ୍ନ କୋଣଅନୁକୋଣରୁ ୭୫ ଜଣ ଯୁବ ଫିଲ୍ମ ନିର୍ମାତା ଆଶାୟୀଙ୍କୁ ସ୍ବତନ୍ତ୍ର ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି।