ଓଡିଶା

odisha

ETV Bharat / bharat

ସୁଧାର ଗୃହର 50ରୁ ଊର୍ଦ୍ଧ୍ବ ବାଳ ଅପରାଧୀ କୋରୋନା ପଜିଟିଭ୍ - 50ରୁ ଉଦ୍ଧ୍ବ ନାବାଳକ କଏଦୀ କୋରୋନା ପଜିଟିଭ୍

ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ମଥୁରା ସୁଧାର ଗୃହର 50ରୁ ଊର୍ଦ୍ଧ୍ବ ବାଳ ଅପରାଧୀ କୋରୋନା ପଜିଟିଭ୍ ଆସିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

ମଥୁରାରେ 50ରୁ ଉର୍ଦ୍ଧ୍ବ ଶିଶୁ କଏଦୀ କୋରୋନା ପଜିଟିଭ୍
ମଥୁରାରେ 50ରୁ ଉର୍ଦ୍ଧ୍ବ ଶିଶୁ କଏଦୀ କୋରୋନା ପଜିଟିଭ୍

By

Published : May 6, 2021, 10:39 PM IST

ଲକ୍ଷ୍ନୌ:ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ମଥୁରା ଜେଲର ରାଜକୀୟ ସମ୍ପ୍ରେଷଣ ଗୃହରେ ଥିବା 50ରୁ ଊର୍ଦ୍ଧ୍ବ ବାଳ ଅପରାଧୀ କୋରୋନା ପଜିଟିଭ୍ ଆସିଥିବା ଜଣାପଡ଼ିଛି । ଯାହାକୁ ନେଇ ଜେଲରେ ଭୟର ବାତାବରଣ ଖେଳିଯାଇଛି । ଏନେଇ ଏକ ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ଯାଇ ଆକ୍ରାନ୍ତଙ୍କୁ ଯାଞ୍ଚ କରିଛନ୍ତି ଏବଂ ସମଗ୍ର କ୍ୟାମ୍ପସକୁ ସାନିଟାଇଜ କରିଛନ୍ତି । ପ୍ରକାଶଥାଉକି, ଜେଲରେ ଏବେ 300ରୁ ଊର୍ଦ୍ଧ୍ବ ବାଳ ଅପରାଧୀ ଅଛନ୍ତି ।

ଜିଲାରେ କୋରୋନା ସଂକ୍ରମଣ ଜନିତ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ 350 ନୂତନ କୋଭିଡ ମାମଲା ଚିହ୍ନଟ ହୋଇଛନ୍ତି । ଏବଂ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ 4 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାରେ ଏପର୍ଯ୍ୟନ୍ତ ସମୁଦାୟ 180 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 3509ଟି ସକ୍ରିୟ ମାମଲା ରହିଛି । ସୁସ୍ଥ ରୋଗୀଙ୍କ ସଂଖ୍ୟା ହେଉଛି 12,460।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details