ଚେନ୍ନାଇ: କୋରୋନା ଲକଡାଉନ ଯୋଗୁଁ ଦେଶରେ ମାର୍ଚ୍ଚ 25 ତାରିଖରୁ ଆନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇନ୍ତି। ମାତ୍ର, କେବଳ ଆନ୍ତର୍ଜାତୀୟ କାର୍ଗୋ ବିମାନ ଗୁଡିକ ଚଳାଚଳ କରିବ।
ଚେନ୍ନାଇ ବିମାନବନ୍ଦର କଷ୍ଟମ ଅଧିକାରୀଙ୍କୁ ମାଲ ପରିବହନ ବିମାନରେ ସୁନା ଚୋରା ଚାଲାଣ କରାଯାଉଥିବା ସୂଚନା ମିଳିବା ପରେ ବିମାନରେ ଥିବା ଯାତ୍ରୀମାନଙ୍କର କଡାକଡି ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ବିମାନରୁ 51 କିଲୋଗ୍ରାମର ସୁନା ଜବତ କରାଯାଇଛି, ଯାହାର ମୂଲ୍ୟ ପାଖାପାଖି 26 କୋଟି ଟଙ୍କା ହେବ। ଏଥିରେ ସମ୍ପୃକ୍ତ 141 ଜଣଙ୍କୁ ଗିରଫ କରାଯାଇଛି।