ଚଣ୍ଡିଗଡ: ହରିୟାଣାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ରାଜ୍ୟର ଚୌଧୁରୀ ଦେବୀ ଲାଲ୍ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ପ୍ରଫେସର ଛାତ୍ରୀମାନଙ୍କୁ ନିଜ କାର୍ଯ୍ୟାଳୟକୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରି ପାଖାପାଖି 500 ଜଣ ଛାତ୍ରୀ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ଏହି ମାମଲାରେ ଜଣେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ତଦନ୍ତ କରିବା ସହ ସମ୍ପୃକ୍ତ ପ୍ରଫେସରକୁ ନିଲମ୍ବିତ କରିବା ପାଇଁ ସେମାନେ ଦାବି କରିଛନ୍ତି ।
ହରିୟାଣାର ପ୍ରତିଷ୍ଠିତ ଚୌଧୁରୀ ଦେବୀ ଲାଲ୍ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି । ପ୍ରଫେସର ଛାତ୍ରୀମାନଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ସେମାନଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ସହ ଏ ବିଷୟରେ କାହା ଆଗରେ ପ୍ରକାଶ କଲେ କିମ୍ବା ଅଭିଯୋଗ କଲେ ପରିଣାମ ଭୟଙ୍କର ହେବା ନେଇ ଧମକ ଦେଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାର ତଦନ୍ତ ଓ ସମ୍ପୃକ୍ତ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଶ୍ବବିଦ୍ୟାଳୟର ପାଖାପାଖି 500 ଛାତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଏକ ଚିଠି ଲେଖିଛନ୍ତି । ଆଉ ମଧ୍ୟ ଏହି ଚିଠିର କପି ବିଶ୍ବବିଦ୍ୟାଳୟର କୁଳପତି ଅଜମେର ସିଂହ ମଲ୍ଲିକ, ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ, ରାଜ୍ୟ ଗୃହମନ୍ତ୍ରୀ ଅନିଲ ଭିଜ୍, ମହିଳା କମିଶନର ମୁଖ୍ୟ ରେଖା ଶର୍ମା ଓ ଅନ୍ୟମାନଙ୍କୁ ମଧ୍ୟ ଦିଆଯାଇଥିବା ଜଣାପଡିଛି ।
ଏହାମଧ୍ୟ ପଢନ୍ତୁ... ଭୋପାଳର ଏକ ହଷ୍ଟେଲରୁ 26 ଛାତ୍ରୀ ନିଖୋଜ, ଧର୍ମାନ୍ତରୀଣକରଣ ଅଭିଯୋଗ