ନୂଆଦିଲ୍ଲୀ: ଚାଇନୀଜ ଲୋନ ଆପ ମାଧ୍ୟମରେ ହୋଇଥିବା ଘୋଟାଲାରେ ପ୍ରାୟ ୫ଶହ କୋଟି ଟଙ୍କା ଚୀନକୁ (500 cr sent to China ) ଯାଇଛି । ଦିଲ୍ଲୀ ପୋଲିସ ସ୍ପେସାଲ ସେଲର ଇଣ୍ଟେଲିଜେନ୍ସ ଫ୍ୟୁଜନ ଓ ଷ୍ଟ୍ରାଟେଜିକ ଅପରେସନ ୟୁନିଟ(IFSO) ଏହି ମାମଲାରେ ତଦନ୍ତ ଜାରି ରଖିଥିବାବେଳେ, ଏକାଧିକ ମଡ୍ୟୁଲ୍ସକୁ ମଧ୍ୟ ଠାବ କରିବାରେ ସଫଳ ହୋଇଛି । ଏପରି କିଛି ତଥ୍ୟ ସାମ୍ନାକୁ ଆସିବା ସହ ୨୨ ଜଣଙ୍କୁ ଗିରଫ(22 Indians arrested for Loan app scam ) ମଧ୍ୟ କରାଯାଇଛି ।
ଏହି ଚାଇନିଜ ଲୋନ ଆପ ମାଧ୍ୟମରେ ଭାରତରୁ ହାଓ୍ବାଲା ରୁଟ ଓ କ୍ରିପ୍ଟୋକରେନ୍ସି ମାଧ୍ୟମରେ ଚୀନକୁ ୫ ଶହ କୋଟି ଟଙ୍କା ଯାଇଥିବା ତଦନ୍ତରୁ ଜଣାପଡିଥିବା ତଦନ୍ତକାରୀ ସଂସ୍ଥା କହିଛି । କାର୍ଯ୍ୟାନୁଷ୍ଠାନ ନେଇ ଦିଲ୍ଲୀ ପୋଲିସର ଡେପୁଟି କମିଶନର କେ.ପି.ଏସ୍ ମାଲହୋତ୍ରା କହିଛନ୍ତି, "ତୁରନ୍ତ ଲୋନ ପ୍ରଦାନ କରିବା ପାଇଁ ବ୍ୟବହୃତ ହେଉଥିବା ଏହି ଆପ୍ଲିକେସନରେ ପ୍ରଥମେ ବ୍ୟକ୍ତିଙ୍କୁ ଲୋନ ପ୍ରଦାନ ଓ ପରେ ବ୍ଲାକମେଲିଂ ପରି ସଙ୍ଗୀନ ଅଭିଯୋଗ ଆସିଛି । ସେମାନେ ପ୍ରଥମେ ବିନା କୌଣସି ଜଟିଳତାରେ ଲୋନ ପ୍ରଦାନ କରୁଛନ୍ତି ଓ ପରଶୋଧ ପରେ ମଧ୍ୟ ନଗ୍ନ ଫଟୋ ଆଦି ବ୍ୟବହାର କରି ଲୋନ ନେଉଥିବା ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରୁଛନ୍ତି ।"