ନୂଆଦିଲ୍ଲୀ: ଭାରତରେ ଜାରି ରହିଛି ମହାମାରୀ କୋରୋନାର ଦ୍ବାତୀୟ ଲହରୀ । ଭୟାବହ ପରିସ୍ଥିତି ମଧ୍ୟରେ ବି ଅମାନିଆ ହେଉଛନ୍ତି ଲୋକେ । ମହାମାରୀକୁ ମାତ ଦେବା ପାଇଁ ଗୋଟିଏ ଅସ୍ତ୍ର ମାସ୍କ ପରିଧାନ । ହେଲେ ଦେଶର ଅଧିକାଂଶ ଜନସାଧାରଣ ସଠିକ ଢଙ୍ଗରେ ପିନ୍ଧୁନାହାଁନ୍ତି ମାସ୍କ ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ଅଧ୍ୟୟନକୁ ଦର୍ଶାଇ କହିଛି ଯେ ଜନସଂଖ୍ୟାର ଅଧା ମାସ୍କ ପିନ୍ଧୁନାହାଁନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, 50 ପ୍ରତିଶତ ଲୋକ ମାସ୍କ ପିନ୍ଧୁନାହାଁନ୍ତି ।