ଶ୍ରୀଗଙ୍ଗାନଗର:ମହିଳା ସଶକ୍ତିକରଣ କରିବାର ରାଷ୍ଟ୍ରୀୟ ଉଦ୍ଦେଶ୍ୟ ମହିଳାଙ୍କ ପ୍ରଗତି ଓ ତାଙ୍କ ଆତ୍ମନିର୍ଭର ସଂଚାର କରିବା। ଫଳରେ ଆଜି ପୁରୁଷଙ୍କ ସହ ସମକକ୍ଷ ହୋଇପାରିଛନ୍ତି ମହିଳା । କେବଳ ଦେଶ ଭିତରେ ନୁହେଁ ସୀମାରେ ମଧ୍ୟରେ ପୁରୁଷଙ୍କ କାନ୍ଧରେ କାନ୍ଧ ମିଳାଇ ଦେଶର ସୁରକ୍ଷା କରୁଛନ୍ତି । ବିଏସଏଫରେ ନିୟୋଜିତ ଏହି ମହିଳାଙ୍କ ପାଇଁ ଆଜି ଆମ ପରିବାର ସୁରକ୍ଷିତ ରହୁଛନ୍ତି। ସୀମାରେ ଏହି ବାହୂଦର ଓ ସାହାସୀ ମହିଳାଙ୍କ ପାଇଁ ଦେଶବାସୀଙ୍କୁ ବେଶ ଗର୍ବିତ ।
ଦୁଷ୍ଟଙ୍କ ସଂହାର କରିବାକୁ ମା ଦୁର୍ଗାଙ୍କୁ ଆହ୍ବାନ କରାଯାଇଥାଏ । ରାକ୍ଷସ ଓ ମହିଷାସୁରକୁ ବଦ୍ଧ କରିଥିବା ମା’ ଦୁର୍ଗାଙ୍କ କାହାଣୀ ସମସ୍ତେ ଜାଣିଛେ । ଏଭଳି କିଛି ମହିଳାମାନେ ମା’ ଦୁର୍ଗାଙ୍କ ରୂପରେ ସୀମାରେ ଶତୃଙ୍କ କବଳରୁ ଦେଶକୁ ରକ୍ଷା କରିବାକୁ ନିୟୋଜିତ ହୋଇଛନ୍ତି । ହାଡ ଭଙ୍ଗା ଶୀତ ହେଉ କି ପ୍ରବଳ ଗ୍ରୀଷ୍ମ ତାପମାତ୍ରାରେ ପ୍ରତି ବିପରୀତ ମୌସୁମୀରେ ଏମାନେ ଦେଶସେବାରେ ଲାଗିଛନ୍ତି ।