ଓଡିଶା

odisha

ETV Bharat / bharat

Union Budget: ବେସାମରିକ ଉଡାଣ କ୍ଷେତ୍ରକୁ ମିଳିବ ବଳ, ନିର୍ମାଣ ହେବ 50 ନୂଆ ବିମାନବନ୍ଦର - ସାଧାରଣ ବଜେଟ 2023

ଦେଶରେ ନିର୍ମାଣ ହେବ 50 ନୂଆ ବିମାନ ବନ୍ଦର, ହେଲିପ୍ୟାଡ, ଓ୍ବାଟର ଏରୋଡ୍ରୋମ ଓ ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ । ଆଞ୍ଚଳିକ ଉଡାଣ ସେବାକୁ ମିଳିବ ଗତି । ବଜେଟରେ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ । ଅଧିକ ପଢନ୍ତୁ

ନିର୍ମାଣ ହେବ 50 ନୂଆ ବିମାନ ବନ୍ଦର
ନିର୍ମାଣ ହେବ 50 ନୂଆ ବିମାନ ବନ୍ଦର

By

Published : Feb 1, 2023, 1:04 PM IST

ହାଇଦ୍ରାବାଦ: ଆଜି ସଂସଦରେ ଉପସ୍ଥାପିତ ହୋଇଥିବା ସାଧାରଣ ବଜେଟରେ ଦେଶର ବେସାମରିକ ଉଡାଣ କ୍ଷେତ୍ରକୁ ଗୁରୁତ୍ବ ମିଳିଛି । ଦେଶରେ ଆଞ୍ଚଳିକ ବିମାନ ସେବା କ୍ଷେତ୍ରକୁ ଆହୁରି ସୁଦୃଢ କରିବା ସହ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ପାଇଁ ବଜେଟରେ ବ୍ୟୟବରାଦ ହୋଇଛି । ଦେଶରେ ମୋଟ 50 ନୂଆ ବିମାନବନ୍ଦର ପ୍ରତିଷ୍ଠା ହେବ । ଏହି ଯୋଜନାରେ 50 ନୂତନ ବିମାନ ବନ୍ଦର, ହେଲିପ୍ୟାଡ, ଓ୍ବାଟର ଏରୋଡ୍ରୋମ ଓ ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ପ୍ରତିଷ୍ଠା ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଯାହା ଆଞ୍ଚଳିକ ଉଡାଣ ସେବାକୁ ବଳ ଯୋଗାଇବ । ଏହି ସମସ୍ତ କାର୍ଯ୍ୟକ୍ରମ ‘‘ଉଡାଣ’’ ଯୋଜନା ଅଧୀନରେ କାର୍ଯ୍ୟକାରୀ ହେବାକୁ ଯାଉଛି ।

ଗତକାଲି ସଂସଦରେ ସାଧାରଣ ବଜେଟ ପୂର୍ବରୁ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଥିଲେ ସୀତାରମଣ । ଏହି ସର୍ବେକ୍ଷଣ ରିପୋର୍ଟରେ ଦେଶର ବିମାନ ଚଳାଚଳ କ୍ଷେତ୍ରରେ ଏହି ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ ରହିବା ନେଇ ଦର୍ଶାଯାଇଥିଲା । ମଧ୍ୟବିତ୍ତ ବର୍ଗର ଯାତ୍ରୀଙ୍କ ମଧ୍ୟରେ ବିମାନ ଯାତ୍ରାର ଚାହିଦା, ଅଧିକ ବ୍ୟବହାର ଯୋଗ୍ୟ ଆୟ ଏବଂ ଅନୁକୂଳ ଜନସଂଖ୍ୟା କାରଣରୁ ଦେଶର ବିମାନ ଚଳାଚଳ କ୍ଷେତ୍ରରେ ଭଲ ଆର୍ଥିକ ପ୍ରଦର୍ଶନ ପାଇଁ ବ୍ୟାପକ ସମ୍ଭାବନା ରହିଛି ବୋଲି ଗତକାଲି (ମଙ୍ଗଳବାର) ସଂସଦରେ ପ୍ରକାଶିତ ଅର୍ଥନୈତିକ ସର୍ଭେରେ ଉଲ୍ଲେଖ କରାଯାଇଥିଲା ।

ଆଜି ବଜେଟରେ ବେସାମରିକ ଉଡାଣ କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଉଡାଣ ଯୋଜନା ଅଧୀନରେ ନୂତନ 50 ବିମାନବନ୍ଦର ସହ ଅନ୍ୟ ଉଡାଣ ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details