ଯୋଗ ଦ୍ୱାରା ଅନେକ ରୋଗ ନିୟନ୍ତ୍ରିତ ହୁଏ । ବିଜ୍ଞାନସମ୍ମତ ଭାବେ ଏହା ପ୍ରମାଣିତ ହୋଇସାରିଛି । ସାଂପ୍ରତିକ ସମୟରେ ଲୋକେ ଆଗ ଅପେକ୍ଷା ଅଧିକ ଅବସାଦଗ୍ରସ୍ତ । ଅତ୍ୟଧିକ ଚିନ୍ତା ଓ ଅବସାଦ ଯୋଗୁଁ ଉଚ୍ଚ ରକ୍ତଚାପ ହେବା ସ୍ୱାଭାବିକ । କିନ୍ତୁ ଯୋଗ ଦ୍ୱାରା ଏହାର ମୁକାବିଲା କରିହେବ । ହାଇପରଟେନସନ ବା ଉଚ୍ଚ ରକ୍ତଚାପର ମୁକାବିଲା ପାଇଁ ନିମ୍ନପ୍ରକାରେ ୫ଟି ଯୋଗ ମୁଦ୍ରା ସହାୟକ ହୋଇପାରିବ ବୋଲି କୁହାଯାଉଛି ।
ଯେତେବେଳେ ରକ୍ତଚାପ ଅଧିକ ବଢିଯାଏ,ସେତେବେଳେ ଏହି ସ୍ଥିତିକୁ ହାଇପରଟେନସନ ବୋଲି କୁହାଯାଏ । ବୟସ ବଢିବା ସହ ଏହା ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟାରେ ଭାବେ ଦେଖାଯାଏ । ଅବସାଦଗ୍ରସ୍ତ ବାତାବରଣରେ ରହୁଥିବା ଅନେକ ଯୁବକ ହାଇପରଟେନସନରେ ପୀଡିତ ହୋଇଥାଆନ୍ତି । ତେବେ ଏହି ସ୍ଥିତିର ମୁକାବିଲା ଯୋଗଧ୍ୟାନ, ସ୍ୱାସ୍ଥ୍ୟକର ଆହାର ଓ ଶୃଙ୍ଖଳିତ ଜୀବନଶୈଳୀ ଦ୍ୱାରା ହୋଇପାରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବିଭିନ୍ନ ଯୋଗ ମୁଦ୍ରା ଦ୍ୱାରା ବି ଏହି ସ୍ଥିତିର ମୁକାବିଲା ସମ୍ଭବ । ଇଟିଭି ଭାରତ ସୁଖିଭବଃ ପକ୍ଷରୁ କିଛି ଯୋଗ ମୁଦ୍ରା ଅଭ୍ୟାସ ପାଇଁ ପରାମର୍ଶ ଦିଆଯାଇପାରେ ।
ଶିଶୁ ଆସନ
-ଚଟାଣରେ ଆଣ୍ଠ ୁମାଡି ବସି ଆରାମ କରନ୍ତୁ
- ପାଦକୁ ନିକଟତର ରଖି ଆଣ୍ଠ ୁ ମେଲାନ୍ତୁ
-ଧୀରେ ଧୀରେ ଆଗକୁ ନୁଅଁନ୍ତୁ, ଯାହା ଫଳରେ କି ଆପଣଙ୍କ କପାଳ ଚଟାଣକୁ ସ୍ପର୍ଶ କରିବ । ଯଦି ଆପଣ ଏପରି କରିନ ପାରନ୍ତି, ତାହା ହେଲେ ଦୁଇ ହାତମୁଠାକୁ କପାଳ ତଳେ କିଛି ସପୋର୍ଟ ପାଇଁ ରଖିପାରିବେ ।
-ହାତକୁ ପ୍ରସାରିତ କରିପାରିବେ । ପାପୁଲି ମ୍ୟାଟ୍ ମୁହାଁ ହୋଇ ରହିବ । ଏହା ନ ହେଲେ ହାତକୁ ଜଙ୍ଘ ପାଶ୍ୱର୍ରେ ରଖିପାରିବେ । ପାପୁଲି ଉପରମୁହାଁ ରହିବ ।
ପଶ୍ଚିମଉତ୍ତୋନାସନ
- ଗୋଡଦୁଇକୁ ଆପଣଙ୍କ ସମ୍ମୁଖରେ ପ୍ରସାରି ଚଟାଣରେ ବସନ୍ତୁ । ମେରୁଦଣ୍ଡ ସିଧା ରଖନ୍ତୁ ।
- ନିଶ୍ୱାସ ନେଇ ହାତ ମୁଣ୍ଡ ଉପରକୁ ଉଠାନ୍ତୁ । ନିଶ୍ୱାସ ଛାଡି ଆଗଆଡେ ନୁଅଁନ୍ତୁ । ପାଦକୁ ଧରିବାକୁ ଚେଷ୍ଟା କରନ୍ତୁ । କିନ୍ତୁ ଅଧିକ ଉଦ୍ୟମ କରନ୍ତୁ ନାହିଁ । ଯେତେଦୂର ସମ୍ଭବ, ଯାଆନ୍ତୁ ।
- ନିଶ୍ୱାସ ନେଇ ଦୁଇ ଥର ବା ତିନି ଥର ରିପିଟ୍ କରନ୍ତୁ ।
- ଏହାପରେ ଆଗକୁ ନୁଅଁନ୍ତୁ ଓ ଏହି ସ୍ଥିତିରେ ୨୦ରୁ ୬୦ ସେକେଣ୍ଡ ରହନ୍ତୁ । ନିଶ୍ୱାସ ପ୍ରଶ୍ୱାସ ଜୋରରେ ନେଇ ସ୍ୱାଭାବିକ ସ୍ଥିତିକୁ ଫେରିଆସନ୍ତୁ ।
ବଧାକୋନାସନ ( ବଟରଫ୍ଲାଏ ପୋଜ୍ )