ଓଡିଶା

odisha

ETV Bharat / bharat

ଦୋହଲୁଛି ଦିଦିଙ୍କ ଗଡ, ଗୋଟିଏ ଦିନରେ ପଦ୍ମ ଧରିଲେ 5 TMC ବିଧାୟକ - ତୃଣମୂଳ ସରକାର

ଦୋହଲିବାକୁ ଲାଗିଛି ତୃଣମୂଳ ସରକାର । ଗୋଟିଏ ଦିନରେ ଇସ୍ତଫା ଦେଇଛନ୍ତି ଦଳର 5 ବିଧାୟକ । ଟିଏମସିର ଶୀତଲ କୁମାର ସରଦାରଙ୍କ ସମେତ 5 ବିଧାୟକ ସୋମବାର ମମତାଙ୍କ ହାତ ଛାଡି ବିଜେପିରେ ହୋଇଛନ୍ତି ସାମିଲ । ଅଧିକ ପଢନ୍ତୁ...

ଦୋହଲୁଛି ଦିଦିଙ୍କ ଗଡ, ଗୋଟିଏ ଦିନରେ ପଦ୍ମ ଧରିଲେ 5 TMC ବିଧାୟକ
ଦୋହଲୁଛି ଦିଦିଙ୍କ ଗଡ, ଗୋଟିଏ ଦିନରେ ପଦ୍ମ ଧରିଲେ 5 TMC ବିଧାୟକ

By

Published : Mar 8, 2021, 6:15 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବଡ ଧରଣର ଭୂମିକମ୍ପ । ଦୋହଲିବାକୁ ଲାଗିଛି ତୃଣମୂଳ ସରକାର । ଗୋଟିଏ ଦିନରେ ଇସ୍ତଫା ଦେଇଛନ୍ତି ଦଳର 5 ବିଧାୟକ । ଟିଏମସିର ଶୀତଲ କୁମାର ସରଦାରଙ୍କ ସମେତ 5 ବିଧାୟକ ସୋମବାର ମମତାଙ୍କ ହାତ ଛାଡି ବିଜେପିରେ ହୋଇଛନ୍ତି ସାମିଲ ।

ନିର୍ବାଚନର ଅବ୍ୟବହିତ ପୂର୍ବରୁ ଯେଉଁ ନେତାମାନେ ସୋମବାର ବିଜେପିରେ ସାମିଲ ହୋଇଛନ୍ତି ସେମାନଙ୍କ ମଧ୍ୟରେ ତୃଣମୂଳ ବିଧାୟକ ସୋନାଲୀ ଗୁହା, ଦୀପେନ୍ଦୁ ବିଶ୍ବାସ, ରବିନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ, ଜଟ୍ଟୁ ଲହିରୀ, ଶୀତଲ କୁମାର ସରଦାର ସାମିଲ ଅଛନ୍ତି । ଅନ୍ୟପକ୍ଷେ ହବୀବପୁର ସରାଲା ମୁର୍ମୁରୁ ପ୍ରାର୍ଥୀ ମଧ୍ୟ ବିଜେପିରେ ହୋଇଛନ୍ତି ସାମିଲ । ଏହି ସମସ୍ତ ନେତା ସୋମବାର ପଶ୍ଚିମବଙ୍ଗ ବିଜେପି ରାଜ୍ୟସଭାପତି ଦିଲ୍ଲୀପ ଘୋଷ, ଶୁଭେନ୍ଦୁ ଅଧିକାରୀ ଓ ମୁକୁଲ ରାୟଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ।

ରବିନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ 2001ରୁ ସିଙ୍ଗୁର ବିଧାନସଭା ଆସନରୁ ଟିଏମସିର ବିଧାୟକ ରହିଆସିଥିଲେ । ଏଥର 80 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଟିକେଟ ଦେଇନି ଟିଏମସି । ଏଥିପାଇଁ ରବିନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟଙ୍କୁ ମଧ୍ୟ ଟିକେଟ ମିଳିନଥିଲା । ଗତବର୍ଷ ହୋଇଥିବା ସିଙ୍ଗୁର ଆନ୍ଦୋଳନରେ ମୁଖ୍ୟ ଚେହେରା ଥିଲେ ରବିନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇସାରିଛି ତାରିଖ । 27 ମାର୍ଚ୍ଚରୁ 8ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । 294 ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଗଡ ବଞ୍ଚାଇବାକୁ ଜୋରଦାର ପ୍ରୟାସ ଚଳାଇଛି ତୃଣମୂଳ କଂଗ୍ରେସ । ସେପଟେ ବିଜେପି ମଧ୍ୟ ଦିଦିଙ୍କ ଗଡ ଭାଙ୍ଗି ବିଜୟ ଧ୍ବଜା ଉଡାଇବାକୁ ନିଜର ସମସ୍ତ ଶକ୍ତି ଲଗାଇଦେଇଛି ।

ABOUT THE AUTHOR

...view details