ଓଡିଶା

odisha

ETV Bharat / bharat

ବିବାହ ଉତ୍ସବରୁ ଫେରିବା ବେଳେ ଘାଇକୁ ଖସିଲା କାର, ୫ ମୃତ - ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ବଦ୍ରିନାଥ ଜାତୀୟ ରାଜପଥ

ଉତ୍ତରାଖଣ୍ଡର ଚମୋଲି ଜିଲ୍ଲା ଅନ୍ତର୍ଗତ ବଦ୍ରିନାଥ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘାଟିକୁ ଖସିଲା କାର । ଗୋଟିଏ ପରିବାରର 5 ମୃତ । ଅଧିକ ପଢନ୍ତୁ...

ବାହାଘର ପାର୍ଟିରୁ ଫେରିବା ବେଳେ ଘାଇକୁ ଖସିଲା କାର, ୫ ମୃତ
ବାହାଘର ପାର୍ଟିରୁ ଫେରିବା ବେଳେ ଘାଇକୁ ଖସିଲା କାର, ୫ ମୃତ

By

Published : Apr 18, 2021, 1:53 PM IST

ଡେରାଡୁନ୍‌: ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଖାଇ ପିଇ ଖୁସିରେ ଘରକୁ ଫେରୁଥିଲେ । ହେଲେ କିଏ ଜାଣିଥିଲା ବାଟରେ କାଳ ଜଗି ବସିଛି । ଘରକୁ ଫେରିବା ବାଟରେ ହଠାତ କାରଟି ଘାଇକୁ ଖସି ପଡ଼ିଥିଲା । ଫଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଘଟିଛି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ବଦ୍ରିନାଥ ଜାତୀୟ ରାଜପଥରେ । ତେବେ ଏହି ଅଘଟଣ ଶନିବାର ବିଳମ୍ବିତ ରାତିରେ ଘଟିଥିଲା ।

ବାହାଘର ପାର୍ଟିରୁ ଫେରିବା ବେଳେ ଘାଇକୁ ଖସିଲା କାର, ୫ ମୃତ

ସୂଚନା ପାଇବା ପରେ ପୋଲିସ, SDRF ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ କାରରେ ଥିବା ସମସ୍ତ ୫ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା । କୁହାଯାଉଛି ଯେ, କାରରେ ଥିବା ସମସ୍ତ ସଦସ୍ୟ ଗୋଟିଏ ପରିବାରର । ସମସ୍ତେ ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ ।

ତେବେ ଫେରିବା ବେଳେ କାର ଚଳାଉଥିବା ବ୍ୟକ୍ତି ଜଣଙ୍କ ଭାରସାମ୍ୟ ହରାଇବାରୁ ଗାଡ଼ିଟି ସିଧା ରାସ୍ତା କଡ଼ରେ ଥିବା ବିରାଟ ଘାଇକୁ ଖସି ପଡ଼ିଥିଲା । ପୋଲିସ ଏବେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details