ଲଣ୍ଡନ: ଇଂଲଣ୍ଡରେ ସବୁଠୁ ଅଧିକ ସମୟ ପର୍ଯ୍ୟନ୍ତ ରାଜଭାର ତୁଲାଇଥିବା ମହାରାଣୀ ଏଲିଜାବେଥ (Queen Elizabeth) ଦ୍ବିତୀୟଙ୍କ ଗତ ଗୁରୁବାର ନିଧନ ଘଟିଛି । ତାଙ୍କ ମୃତ୍ୟୁ ପରେ ମହାରାଣୀଙ୍କୁ ସମ୍ମାନ ଜଣାଇ ବିଶ୍ବରେ ଶୋକ ଦିବସ ପାଳନ କରାଯାଇଛି । ମହାରାଣୀ ଏଲିଜାବେଥ ନିଜ ଆଉଟଫିଟ ପାଇଁ ମଧ୍ୟ ଖ୍ୟାତି ଅର୍ଜନ କରିଥିଲେ । ସେ ଆଉଟଫିଟ ମାଧ୍ୟମରେ ସମାଜକୁ ବାର୍ତ୍ତା ଦେଉଥିଲେ । ତାଙ୍କ ଆଉଟଫିଟରେ ଅନେକ ସମୟରେ ଲୁଚି ରହିଥିଲା ରାଜନୈତିକ ସନ୍ଦେଶ । ଆସନ୍ତୁ ଜାଣିବା ରାଣୀ ବିଶେଷ କାର୍ଯ୍ୟକ୍ରମରେ ପିନ୍ଧିଥିବା ଆଉଟଫିଟ (5 outfits of Queen Elizabeth II)ରେ ସମାଜକୁ କଣ ବାର୍ତ୍ତା ଦେଇଥିଲେ ।
ମହାରାଣୀଙ୍କ ୱେଡିଙ୍ଗ ଆଉଟଫିଟ୍:-
ଅନେକ ଡକ୍ୟୁମେଣ୍ଟାରୀ ଏବଂ ପ୍ୟାଲେସ କର୍ମଚାରୀଙ୍କ କହିବା ଅନୁଯାୟୀ ମହାରାଣୀଙ୍କ ବିବାହ ଗାଉନ (Wedding Gown)ରେ ଏକ ବିଶେଷ ବାର୍ତ୍ତା ଥିଲା । ଡିଜାଇନର ଜୋଆନା ମାର୍ଶନ ଏହାକୁ ପ୍ରସ୍ତୁତ କରିଥିଲେ । ଯେତେବେଳେ ରାଣୀ ପ୍ରିନ୍ସ ଫିଲିପଙ୍କୁ ବିବାହ କରିଥିଲେ, ବ୍ରିଟେନ ସେତେବେଳେ ମଧ୍ୟ ଯୁଦ୍ଧର ଆର୍ଥିକ କ୍ଷତି ସହିତ ଗତି କରୁଥିଲା । ଏହି ସମୟରେ ଏତେ ଭାରୀ ଗାଉନ ପାଇଁ ଅର୍ଥ ଦେବା କଷ୍ଟକର ହୋଇପଡିଥିଲା । ଏଣୁ ରାଣୀ ଏଲିଜାବେଥ ତାଙ୍କୁ ସରକାର ଦେଇଥିବା ରାସନ୍ କୁପନ୍ ବ୍ୟବହାର କରିବା ସହିତ ସାରା ଦେଶରେ ମହିଳାମାନେ ତାଙ୍କ ଗାଉନ୍ କିଣିବା ପାଇଁ ପଠାଯାଇଥିବା କିଛି କୁପନ୍ ବ୍ୟବହାର କରିଥିଲେ । ସାଟିନରେ ନିର୍ମିତ ପୋଷାକରେ ଅନେକ ବସନ୍ତ ଫୁଲର ବ୍ୟବହାର ହୋଇଥିଲା । ଯାହାକି ସେହି ସମୟରେ ବ୍ରିଟିଶ ନାଗରିକମାନଙ୍କୁ ଆଶା ଏବଂ ନବୀକରଣର ବାର୍ତ୍ତା ଦେଇଥିଲା ।
ମହାରାଣୀଙ୍କ ବ୍ଲୁ ଆଉଟଫିଟ:-
ବ୍ରିଟେନ ୟୁରୋପୀୟ ୟୁନିଅନରୁ ବାଦ ପଡିବା ପରେ ୨୦୧୭ ମସିହାରେ ପ୍ରଥମ ଥର ପାଇଁ ରାଷ୍ଟ୍ର ସଂସଦରେ ଭାଗ ନେଇଥିଲା । ଏହି ସମୟରେ ରାଣୀ ଏଲିଜାବେଥ ନୀଳ ଏବଂ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିଲେ । ଯାହା ୟୁରୋପୀୟ ୟୁନିଅନର ପତାକାରେ ପ୍ରଦର୍ଶିତ କରାଯାଇଛି । ଅନେକେ ବିଶ୍ବାସ କରନ୍ତି ଯେ ରାଣୀ ଏହି ନିଷ୍ପତ୍ତିକୁ ନାପସନ୍ଦ କରିବାର ବାର୍ତ୍ତା ଦେବାକୁ ଯାଇ ଏହି ଆଉଟଫିଟ୍ ପରିଧାନ କରିଥିଲେ ।
କୋଭିଡ଼-୧୯ ମହାମାରୀ ବେଳେ ରାଣୀଙ୍କ ଆଉଟଫିଟ:-
କୋଭିଡ଼-୧୯ ମହାମାରୀ ବେଳେ ରାଣୀଙ୍କ ଆଉଟଫିଟ କୋଭିଡ଼-୧୯ ମହାମାରୀ ସହିତ ପ୍ରତ୍ୟେକଟି ଦେଶବାସୀ ପରିଚିତ । ଏହି ମହାମାରୀ ଏବେ ମଧ୍ୟ ସମୂଳେ ନାଶ ହୋଇନଥିବା ବେଳେ ଅନେକ ସ୍ଥାନରେ ବ୍ୟାପି ଚାଲିଛି । ମାତ୍ର ୨୦୨୦ ତୁଳନାରେ ବର୍ତ୍ତମାନ ଏହାର ଭୟାବହତା ଯଥେଷ୍ଟ କମ ରହିଛି । ତେବେ କୋରୋନା ମହାମାରୀ ସମୟରେ ରାଷ୍ଟ୍ରକୁ ସମ୍ବୋଧିତ କରିବା ସମୟରେ ରାଣୀ ଏଲିଜାବେଥ ଏକ ସବୁଜ ରଙ୍ଗର ପୋଷାକ ପିନ୍ଧିଥିଲେ । ଅନେକଙ୍କ କହିବାନୁସାରେ ଏହି ପୋଷାକକୁ ସେ ବିକାଶ ଓ ନବୀକରଣର ପ୍ରତୀକ ଭାବେ ବାଛିଥିଲେ । ଏହି ସମୟରେ ରାଣୀ ଫିରୋଜା ବ୍ରୋଚ ମଧ୍ୟ ପିନ୍ଧିଥିଲେ । ଏହି ବ୍ରୋଚ କ୍ବିନ ମେରି ୧୯୫୩ ମସିହାରେ ମୃତ୍ୟୁବରଣ କରିବା ପୂର୍ବରୁ ଏଲିଜାବେଥଙ୍କୁ ଦେଇଥିଲେ । ଏହି ବ୍ରୋଚକୁ ସୁରକ୍ଷାର ପ୍ରତୀକ ବୋଲି କୁହାଯାଏ ।
ଡୋନାଲ୍ଡ ଟ୍ରମ୍ପକୁ ଭେଟିବା ସମୟର ଆଉଟଫିଟ:-
ଡୋନାଲ୍ଡ ଟ୍ରମ୍ପକୁ ଭେଟିବା ସମୟର ଆଉଟଫିଟ ଯେତେବେଳେ ରାଜନୈତିକ ପ୍ରସଙ୍ଗ ଆସିଥାଏ, ସେତେବେଳେ ସର୍ବଦା ରାଜ ପରିବାର ସଜାଗ ରହିଥାଏ । ରାଜୈନିକ ଉଦ୍ଦେଶ୍ୟ ନେଇ ରାଜନେତାଙ୍କୁ ଭେଟିବା ସମୟରେ ରାଣୀ ଏଲିଜାବେଥ ନିଆରା ପୋଷାକ ପିନ୍ଧୁଥିଲେ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଭେଟିବାବେଳେ, ସେ ଏହି ଆଉଟଫିଟ୍ ପିନ୍ଧିଥିଲେ । ଏହି ସମୟରେ ସେ ଏକ ରୁବି ଟିଆରା ପିନ୍ଧିଥିଲେ । ଏହି ଟିଆରାକୁ ରାଣୀଙ୍କ ବିବାହ ସମୟରେ ବର୍ମାର (ବର୍ତ୍ତମାନ ମିଆଁମାର) ଲୋକେ ତାଙ୍କୁ ଉପହାର ରୂପେ ଦେଇଥିଲେ । ଏହି ଟିଆରାକୁ ସୁରକ୍ଷାର ପ୍ରତୀକ ବୋଲି କୁହାଯାଏ ।
ରାଷ୍ଟ୍ରବାସୀଙ୍କୁ ଭେଟିବା ସମୟର ଆଉଟଫିଟ:-
ରାଷ୍ଟ୍ରବାସୀଙ୍କୁ ଭେଟିବା ସମୟର ଆଉଟଫିଟ ରାଣୀ ସାର୍ବଜନିକ ଉପସ୍ଥିତି (Public Appearance) ସମୟରେ ଏକ ହଳଦୀ ରଙ୍ଗର ଆଉଟଫିଟରେ ନଜର ଆସିଥିଲେ । ରାଷ୍ଟ୍ରବାସୀଙ୍କୁ ଭେଟିବା ସମୟରେ ରାଣୀ ସର୍ବଦା ଉଜ୍ଜ୍ବଳ ରଙ୍ଗ ବା ଜୀବନ୍ତ ରଙ୍ଗର ପୋଷାକ ପିନ୍ଧିଥାନ୍ତି । ଭିଡ଼ ମଧ୍ୟରେ ସେ ନିଜର ଉପସ୍ଥିତିକୁ ଜାହିର କରିବା ଲାଗି ଏଭଳି ପୋଷାକ ପିନ୍ଧିଥାନ୍ତି । ଏ ସମ୍ପର୍କରେ ରାଣୀଙ୍କ ବୋହୂ ସୋଫି ୨୦୧୭ ମସିହାରେ ଡକ୍ୟୁମେଣ୍ଟାରୀ 'ଦ କ୍ବିନ ଆଟ୍ ୯୦' (The Queen At 90)ରେ କରିଥିଲେ ।