ବେଙ୍ଗାଲୁରୁ:ଖରାଛୁଟି କାଟିବାକୁ ଆଈ ଘରକୁ ଆସିଥିବା ବେଳେ ଅଘଟଣ । କେନାଲରେ ବୁଡି ୫ ଜଣଙ୍କର ମୃତ୍ୟୁ । କର୍ଣ୍ଣାଟକ ମାଣ୍ଡିୟା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ନାବାଳିକା ଅଛନ୍ତି । ସମସ୍ତ ମୃତକ ସମ୍ପର୍କରେ ଭାଇ-ଭଉଣୀ ହେବେ । ବର୍ତ୍ତମାନ ସୁଦ୍ଧା ପାଣି ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ଦୁଇ ଜଣ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ କେନାଲ ଭିତରେ ସର୍ଚ୍ଚ ଅପରେସନ ଜାରି ରଖିଛି ।
ଏବେସୁଦ୍ଧା କେନାଲ ଭିତରୁ ୧୦ ବର୍ଷୀୟା ଅନିଶା ବେଗମ୍, ୨୨ ବର୍ଷୀୟା ତାସମିୟା ଓ ମେହତାବ(୧୦)ର ମୃତଦେହ ମିଳିଛି । କିନ୍ତୁ ଅଶରକ(୨୮) ଓ ଆଫିକା (୨୨) ଏବେ ବି ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ, ମୃତକମାନେ ବେଙ୍ଗାଲୁରୁ ସହରର ନୀଳସନ୍ଦ୍ରା ଅଞ୍ଚଳରେ ରୁହନ୍ତି । ଖରା ଛୁଟି ଥିବାରୁ ସମସ୍ତେ ମାଣ୍ଡିଆ ତାଲୁକର ହାଲେଗରରେ ଥିବା ଆଈ ଘରକୁ ବୁଲିବାକୁ ଆସିଥିଲେ । ଏହି ସମୟରେ ୫ ଜଣ ମିଶି ପାଖରେ ଥିବା କେନାଲ ନିକଟକୁ ଗାଧୋଇବାକୁ ଯାଇଥିଲେ ।
ଏହାମଧ୍ୟ ପଢନ୍ତୁ: Hit and Drag Case: ରିକ୍ସା ଚାଳକଙ୍କୁ 200 ମିଟର ଘୋଷାଡି ନେଲା କାର