ହାଇଦ୍ରାବାଦ:କର୍ଣ୍ଣାଟକ ବାଗାଲକୋଟ ଜିଲ୍ଲାର ବେଲାଗୀ ତାଲୁକର ଏକ ଗ୍ରାମ ନିକଟରେ ଥିବା ଆକ୍ଷୁ କ୍ଷେତରେ ପାଞ୍ଚଟି କୋକିଶିଆଳି ଶାବକଙ୍କୁ ଉଦ୍ଧାର କରାଯାଇଛି (5 fox cubs found in sugarcane field)। ସ୍ଥାନୀୟ ଇରାପ୍ପା ଭରଦା ନାମକ ଜଣେ ଛୁଟିରେ ଘରକୁ ଆସିଥିବା ଯବାନ ନିଜ କ୍ଷେତରେ ଏହି ଶାବକମାନଙ୍କୁ ଠାବ ହେବା ପରେ ସେମାନଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ । ଇରାପ୍ପା ଭରଦା ସେନାରେ କାର୍ଯ୍ୟ କରନ୍ତି ଓ ସେ ଏବେ ଛୁଟିରେ ଘରକୁ ଆସିଛନ୍ତି । ତେବେ ଏବେ ସେ ଏହି ଶାବକଙ୍କ ଲାଳନ ପାଳନ କରୁଥିବା ବେଳେ ସେ ଖୁବଶୀଘ୍ର ତାଙ୍କ କାର୍ଯ୍ୟ ସ୍ଥଳକୁ ଫେରିଯିବେ ।
ଆଖୁକ୍ଷେତରେ ଖେଳୁଥିଲେ 5 କୋକିଶିଆଳି ଶାବକ, ଆଉ ତାପରେ... - karnataka news
କର୍ଣ୍ଣାଟକର ଏକ ଆଖୁ କ୍ଷେତରୁ ମିଳିଲେ 5 କୋକିଶିଆଳି ଶାବକ (5 fox cubs found in sugarcane field)। ଘରକୁ ଆଣି ଲାଳନପାଳନ କରିଥିଲେ ଛୁଟିରେ ଆସିଥିବା ଯବାନ । ପୁନଃ ସେଠାରେ ଛାଡି ଦେବାକୁ ପରାମର୍ଶ ଦେଲା ବନ ବିଭାଗ । ଅଧିକ ପଢନ୍ତୁ
ଆଖୁ କ୍ଷେତରୁ ମିଳିଲେ 5 କୋକିଶିଆଳି ଶାବକ
ଏହା ପୂର୍ବରୁ ସେ ସ୍ଥାନୀୟ ବନ ବିଭାଗକୁ ଏ ସମ୍ପର୍କରେ ଅବଗତ ମଧ୍ୟ କରିଛନ୍ତି । ତେବେ ସ୍ଥାନୀୟ ବନ ବିଭାଗ ଅଧିକାରୀ ଶାବତମାନଙ୍କୁ ଯେଉଁ ସ୍ଥାନରୁ ଉଦ୍ଧାର କରାଯାଇଥିଲା, ସେହି ସ୍ଥାନରେ ଛାଡି ଦେବା ଉଚିତ ହେବ ବୋଲି ପରାମର୍ଶ ଦେଇଛନ୍ତି । ଏପରି କରିବା ପରେ ଶାବକମାନଙ୍କ ମା’ ସେମାନଙ୍କ ନିକଟରେ ପହଞ୍ଚିବ ବୋଲି ବନ ଅଧିକାରୀ ଅନୁମାନ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ