ମୁମ୍ବାଇ: ମହାରାଷ୍ଟ୍ରରେ 5 ଜିଲ୍ଲା 7 ଦିନ ଲକଡାଉନ । ମହାରାଷ୍ଟ୍ରରେ କୋରୋନା ଭାଇରସର ପ୍ରକୋପ ବୃଦ୍ଧିକୁ ଦେଖି ଜିଲ୍ଲା ପ୍ରଶାସନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି । ରାଜ୍ୟର କେତେକ ଞ୍ଚଳରେ କୋରୋନାର ପ୍ରକୋପ ବୃଦ୍ଧି ପାଉଥିବାରୁ ଆଗାମୀ 7 ଦନ ପାଇଁ ଲକଡାଉନ ଘୋଷଣା କରାଯାଇଛି । ସୂଚନା ଅନୁସାରେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ତଥା ନିତ୍ୟ ବ୍ୟବହାର୍ଯ୍ୟ ଦୋକାନ କେବଳ ସକାଳ 9 ରୁ 5 ଟା ପର୍ଯ୍ୟନ୍ତ ଖୋଲା ରହିବ ।
ମହାରାଷ୍ଟ୍ରର ଆମରାବତୀ ଅଞ୍ଚଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ଆସନ୍ତା 7 ଦିନ ପାଇଁ ରାଜ୍ୟର ପାଞ୍ଚ ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି । ଲକଡାଉନ ହୋଇଥିବା ଜିଲ୍ଲା ଗୁଡିକ ହେଲା ଆମରାବତୀ, ଅକୋଲା, ବୁଲଧାନା, ବାସିମ ଓ ୟବତମାଲା ଜିଲ୍ଲାକୁ ପ୍ରଶାସନ ପକ୍ଷରୁ ଲକଡାଉନ ଘୋଷଣା କରାଯାଇଛି । ଏହା ଆସନ୍ତା 1 ମାର୍ଚ୍ଚ ପର୍ଯ୍ୟନ୍ତ ବଳବତ୍ତର ରହିବ ।