ଅଗରତାଲା:ଜଣେ ବ୍ୟକ୍ତି ଚିନ୍ତାଧାରାକୁ ବିକଶିତ କରିବାକୁ ସାହାଯ୍ୟ କରେ ଶିକ୍ଷା । ମାନବ ଜାତୀର ଭବିଶ୍ୟତ ଉପଯୁ୍କ୍ତ ଶିକ୍ଷା ଉପରେ ନିର୍ଭରଶୀଳ । କାଲି ପର୍ଯ୍ୟନ୍ତ ତ୍ରୀପୁରା ରାଜଧାନୀର ଗଳିରେ ରହୁଥିବା ଛୋଟପିଲାଙ୍କ ଶିକ୍ଷାକୁ ନେଇ ନଥିଲା କୌଣସି ଧାରଣା । ଲେଖିବା କଥା ଛାଡ଼ନ୍ତୁ ପେନସିଲକୁ କିଭଳି ଭାବରେ ଧରାଯାଏ ତାହା ମଧ୍ୟ ଜାଣିନଥିଲେ କୋମଳମତି ବାଳକ । ଆଜି ହ୍ବାଇଟ୍ ବୋର୍ଡ କିଛି ଲେଖିବାକୁ ପ୍ରୟାସ ଜାରି ରଖିଛି । ତ୍ରିପୁରା ରାଜଧାନୀ ଅଗରତାଲାରେ ପ୍ରତ୍ୟେକ ଗଳିରେ ଏଭଳି ପିଲା ଆପଣଙ୍କୁ ମଳିଯିବେ ଯେଉଁମାନେ କେବେ ସ୍କୁଲ ପାହାଚ ମାଡ଼ି ନାହାନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ପିଲା ବାଳଶ୍ରମିକ ଭାବରେ ଖଟୁଛନ୍ତି । ମିଳୁଥିବା ଟଙ୍କା ଗଣିବାକୁ ମଧ୍ୟ ସେମାନେ ଅକ୍ଷମ ।
କିନ୍ତୁ ଆଉ ନୁହେଁ, ଅଗରତାଲା ଗଳିରେ ରହୁଥିବା ଏହି ଛୋଟପିଲାଙ୍କୁ ଅନ୍ଧାରରୁ ଶିକ୍ଷାର ଆଲୋକ ଦେଖାଇବାକୁ ଅଣ୍ଟା ଭିଡ଼ିଛନ୍ତି, ଗୋଟିଏ ପରିବାରର ପାଞ୍ଚ ଭାଇଭଉଣୀ । ଏହି ପାଞ୍ଚ ଭାଇଭଉଣୀ ଜୁନ 16 ତାରିଖରୁ ତ୍ରିପୁରା ରାଜଧାନୀର ଫୁଟପାଥରେ ରହୁଥିବା ଛୋଟପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି । ଅଗରତାଲାର ବଟାଲା ଅଞ୍ଚଳରେ ଥିବା ଏକ ଫ୍ଲାଇ ଓଭର ତଳେ ଏମାନେ ଦେଉଛନ୍ତି ମୌଳିକ ଶିକ୍ଷା ।
କିଛି ବେସରକାରୀ ସଂସ୍ଥା ରାସ୍ତାକଡ଼ରେ ରହୁଥିବା ପିଲାଙ୍କୁ ଖାଇବାକୁ ଦେଉଛନ୍ତି । କିନ୍ତୁ ସେମାନେ ଶିକ୍ଷା ଗ୍ରହଣ କଲା ଭଳି କୌଣସି ସାଧନ ମିଳୁନାହିଁ । ଏଥିପାଇଁ 5 ଭାଇଭଉଣୀ ସେମାନଙ୍କୁ ଶିକ୍ଷା ଦେବାକୁ ସ୍ଥିର କରିଛନ୍ତି । ପ୍ରଥମେ ସେମାନଙ୍କୁ ମୌଳିକ ଶିକ୍ଷା ଦିଆଯାଉଛି ।
ରାସ୍ତକଡ଼ରେ ଜୀବନ ବିତାଉଥିବା ଏହି ପିଲାମାନେ ମୌଳିକ ଶିକ୍ଷା ନେଇ ସ୍ବାକ୍ଷର ହେବାକୁ ହେଉଛନ୍ତି ପ୍ରସ୍ତୁତ । ନିକଟରେ ପୋଷ୍ଟ ଗ୍ରାଜୁଏସନ ଶେଷ କରିଥିବା ଜୟନ୍ତ ମଜୁମଦାର ଏହି ପିଲାଙ୍କ ମାନଙ୍କ ଅଭିଭାବକ ମାନଙ୍କ କଥା ହୋଇଥିଲେ । ଯେଉଁଠି ତାଙ୍କୁ ମିଳିଥିଲା ସକରାତ୍ମକ ପ୍ରତିକ୍ରିୟା । ଏହାପରେ ପ୍ରତ୍ୟେକ ବାପାମାଆ ନିଜ ପିଲାମାନଙ୍କୁ ସେମାନଙ୍କ ନିକଟକୁ ପାଠ ପଢ଼ାଇବାକୁ ପଠାଉଛନ୍ତି ।