ଓଡିଶା

odisha

ETV Bharat / bharat

4th India-US 2+2 Dialogue: ଆମେରିକା ଗସ୍ତ କରିବେ ଜୟଶଙ୍କର ଓ ରାଜନାଥ - ଆମେରିକା ଗସ୍ତ କରିବେ ବୌଦେଶିକ ମନ୍ତ୍ରୀ ଜୟଶଙ୍କର

ଚଳିତମାସ 11ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଆମେରିକା 2+2 ଡାଏଲଗ । ଅଂଶଗ୍ରହଣ କରିବେ ପ୍ରତିରକ୍ଷ ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ବୈଦେଶିକ ମନ୍ତ୍ରଣାଳୟ ଦେଲା ସୂଚନା । ଅଧିକ ପଢନ୍ତୁ

4th India-US 2+2 Dialogue: ଆମେରିକା ଗସ୍ତ କରିବେ ଜୟଶଙ୍କର ଓ ରାଜନାଥ
4th India-US 2+2 Dialogue: ଆମେରିକା ଗସ୍ତ କରିବେ ଜୟଶଙ୍କର ଓ ରାଜନାଥ

By

Published : Apr 7, 2022, 7:51 PM IST

ନୂଆଦିଲ୍ଲୀ: ଚଳିତମାସ 11ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଆମେରିକା 2+2 ମନ୍ତ୍ରୀସ୍ତରୀୟ ଆଲୋଚନା । ଆଜି ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜିି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଏହି ଚତୁର୍ଥ ବାର୍ଷିକ 2+2 ସମ୍ମିଳନୀରେ 11 ଓ 12 ଏପ୍ରିଲରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ.ଜୟଶଙ୍କର ଆମେରିକା ଗସ୍ତ କରିବେ । ୱାଶିଂଟନ ଡିସିରେ ହେବାକୁ ଥିବା ଏହି ଦ୍ବିପାକ୍ଷିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତର ପ୍ରତିନିଧିତ୍ବ କରିବେ ।

ଆମେରିକାରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟକାଳ ଆରମ୍ଭ ହେବାପରେ ଏହା ହେଉଛି ଭାରତ ଆମେରିକା ପ୍ରଥମ ମନ୍ତ୍ରୀସ୍ତରୀୟ ସମ୍ମିଳନୀ । ଆଲୋଚନାରେ ପ୍ରମୁଖ ଦ୍ବିପାକ୍ଷିକ ସମ୍ପର୍କ ନେଇ ଆଲୋଚନା ହେବ । ଉଭୟ ପକ୍ଷ ବୈଦେଶିକ ନୀତି, ପ୍ରତିରକ୍ଷା ଏବଂ ନିରାପତ୍ତା ସମ୍ବନ୍ଧୀୟ ଏଜେଣ୍ଡାରେ ମତ ବିନିମୟ କରିବା ସହ ଏହି ସବୁ ପ୍ରସଙ୍ଗରେ ପାରସ୍ପାରିକ ସମ୍ପର୍କ ସୁଦୃଢୀକରଣ ଉପରେ ବିସ୍ତୃତ ଆଲୋଚନା କରିବେ ।

ବାଗଚି ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ତାଙ୍କ ଆମେରିକାର ପ୍ରତିପକ୍ଷ ତଥା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ମଧ୍ୟ ପୃଥକ ଭେଟିବାର କର୍ଯ୍ୟକ୍ରମ ରହିଛି । ଭାରତ-ଆମେରିକାର ବ୍ୟାପକ ବିଶ୍ବସ୍ତରୀୟ ରଣନୀତିକ ଭାଗିଦାରୀକୁ ଆହୁରି ସୁଦୃଢ କରିବା ପାଇଁ ଆମେରିକାର ପ୍ରଶାସନର ବରିଷ୍ଠ ସଦସ୍ୟଙ୍କୁ ମଧ୍ୟ ଜୟଶଙ୍କର ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ଦୁଇ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆମେରିକା ବୈଦେଶିକ ସଚିବ ଉଭୟଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ଥିବା ଟ୍ବିଟ କରିଛନ୍ତି ।

ପୂର୍ବ ସମ୍ମିଳନୀରେ 2020 ରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବାବେଳେ କୋଭିଡ ସଂକ୍ରମଣ କାରଣରୁ ଗତବର୍ଷ (2021)ରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇପାରି ନଥିଲା । ତେବେ ଚଳିତବର୍ଷ ଏହାର ଆୟୋଜନ ଆମେରିକାରେ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details