ଓଡିଶା

odisha

ପଶ୍ଚିମବଙ୍ଗ 4ର୍ଥ ପର୍ଯ୍ୟାୟ ମତଦାନ: 76.16% ଭେଟିଂ, ସିଲ ହେଲା 373 ପ୍ରାର୍ଥୀଙ୍କ ଭାଗ୍ୟ

By

Published : Apr 10, 2021, 10:44 PM IST

ଏକାଧିକ ସ୍ଥାନରେ ହିଂସା ଓ ଗୁଳିକାଣ୍ଡ ସହ ଶେଷ ହୋଇଛି ପଶ୍ଚିମବଙ୍ଗ ନିର୍ବାଚନର 4ର୍ଥ ପର୍ଯାୟ ମତଦାନ । ଅଧିକ ପଢନ୍ତୁ...

ବଙ୍ଗରେ ଏକାଧିକ ହିଂସା ସହ ଶେଷ ହେଲା 4ର୍ଥ ପର୍ଯ୍ୟାୟ ମତଦାନ , 76.16 % ଭେଟିଂ ସହ ସିଲ ହେଲା 373 ପ୍ରାର୍ଥୀଙ୍କ ଭାଗ୍ୟ
ବଙ୍ଗରେ ଏକାଧିକ ହିଂସା ସହ ଶେଷ ହେଲା 4ର୍ଥ ପର୍ଯ୍ୟାୟ ମତଦାନ , 76.16 % ଭେଟିଂ ସହ ସିଲ ହେଲା 373 ପ୍ରାର୍ଥୀଙ୍କ ଭାଗ୍ୟବଙ୍ଗରେ ଏକାଧିକ ହିଂସା ସହ ଶେଷ ହେଲା 4ର୍ଥ ପର୍ଯ୍ୟାୟ ମତଦାନ , 76.16 % ଭେଟିଂ ସହ ସିଲ ହେଲା 373 ପ୍ରାର୍ଥୀଙ୍କ ଭାଗ୍ୟ

କୋଲକାତା: ଏକାଧିକ ସ୍ଥାନରେ ହିଂସା ଓ ଗୁଳିକାଣ୍ଡ ସହ ଶେଷ ହୋଇଛି ପଶ୍ଚିମବଙ୍ଗ ନିର୍ବାଚନର 4ର୍ଥ ପର୍ଯ୍ୟାୟ ମତଦାନ । ଶେଷ ସୁଦ୍ଧା 76.16 ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି । ରାଜ୍ୟର ମୋଟ 5 ଜିଲ୍ଲାର 44 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହୋଇଛି। ମୋଟ 373 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମେରେ ସିଲ ହୋଇଛି ।

4ର୍ଥ ପର୍ଯ୍ୟାୟରେ ନିଜର ଭାଗ୍ୟ ପରୀକ୍ଷା ଦେଇଥିବା ମୋଟ ପ୍ରାର୍ଥୀଙ୍କ ମଧ୍ୟରେ 323 ପୁରଷ ପ୍ରାର୍ଥୀ ଥିବାବେଳେ 50 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । କୁଚ ବିହାର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ଭୋଟିଂ ହୋଇଛି । ଶନିବାର ମତ ସାବ୍ୟସ୍ତ କରିଥିବା ଭୋଟରଙ୍କ ମଧ୍ୟରେ 58 ଲକ୍ଷ 95 ହଜାର 871 ଜଣ ପୁରୁଷ ଭୋଟର ଥିବାବେଳେ 56 ଲକ୍ଷ 98 ହଜାର ମହିଳା ଭୋଟର ରହିଛନ୍ତି । ସେହିପରି 290 ଜଣ ତୃତୀୟ ଲିଙ୍ଗ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ଆଜିର ପର୍ଯ୍ୟାୟରେ ମୋଟ 6860 ସ୍ଥାନରେ 15 ହଜାର 940 ପୋଲିଂ ବୁଥ ବ୍ୟବସ୍ଥା କରାଯାଇଥିଲା । ମୋଟ 2 ଟି ସ୍ଥାନରେ ହିଂସାତ୍ମକ କାର୍ଯ୍ଯକଳାପ ବ୍ୟତୀତ ଅନ୍ୟ ସବୁଠି ଶାନ୍ତି ପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି ।

ଶୀତଳକୋଚି ବିଧାନସଭା ନିର୍ବାଚନ ମଣ୍ଡଳୀର 126 ମମ୍ବର ବୁଥରେ ହିଂସା ଦେଖାଯିବା ସହ ସୁରକ୍ଷାବଳ ଗୁଳିରେ 4 ସ୍ଥାନୀୟ ବାସିନ୍ଦାଙ୍କ ମୃତ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜୀ ଓ ଆରୋପ ପ୍ରତ୍ୟାରୋପ ଜୋର ଧରିଥିଲା । ଘଟଣାସ୍ଥଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଉକ୍ତ କେନ୍ଦ୍ରରେ ଭୋଟିଂକୁ ବାତିଲ କରିଥିଲେ ନିର୍ବାଚନ ଆୟୋଗ । ତେବେ ଆଜି 4ର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ଆଉ 4 ପର୍ଯ୍ୟାୟ ମତଦାନ ବାକି ରହିଛି । ତେବେ ମେ 2 ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶନ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details