ଓଡିଶା

odisha

ETV Bharat / bharat

Ahmedabad serial bomb blast case: ୧୩ ବର୍ଷ ପରେ ରାୟ ପ୍ରକାଶ, ୪୯ ଦୋଷୀ ସାବ୍ୟସ୍ତ - ହମ୍ମଦାବାଦ ସିରିଜ ବୋମା ବିସ୍ଫୋରଣ ଘଟଣା

୨୦୦୮ରେ ଗୁଜୁରାଟର ଅହମ୍ମଦାବାଦରେ ସିରିଜ ବୋମା ବିସ୍ଫୋରଣ ଘଟଣାରେ ଆଜି ରାୟ ପ୍ରକାଶ ପାଇଛି । ମାମଲାର ଶୁଣାଣି କରି ଏକ ସ୍ବତନ୍ତ୍ର କୋର୍ଟ ସମୁଦାୟ ୭୭ ଜଣଙ୍କ ମଧ୍ୟରୁ ୨୮ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୪୯ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଧିକ ପଢନ୍ତୁ

୪୯ ଦୋଷୀ ସାବ୍ୟସ୍ତ ୨୮ ନିର୍ଦ୍ଦୋଶରେ ଖଲାସ
୪୯ ଦୋଷୀ ସାବ୍ୟସ୍ତ ୨୮ ନିର୍ଦ୍ଦୋଶରେ ଖଲାସ

By

Published : Feb 8, 2022, 1:47 PM IST

ଅହମ୍ମଦାବାଦ: ଦୀର୍ଘ ୧୩ ବର୍ଷ ପରେ ଆସିଲା ରାୟ । ୨୦୦୮ରେ ଗୁଜୁରାଟର ଅହମ୍ମଦାବାଦରେ ସିରିଜ ବୋମା ବିସ୍ଫୋରଣ ଘଟଣାରେ ଆଜି ରାୟ ପ୍ରକାଶ ପାଇଛି । ମାମଲାର ଶୁଣାଣି କରି ଏକ ସ୍ବତନ୍ତ୍ର କୋର୍ଟ ସମୁଦାୟ ୭୭ ଜଣଙ୍କ ମଧ୍ୟରୁ ୨୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୪୯ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଭିନ୍ନ ଭିନ୍ନ ସେକ୍ସନରେ ୨୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଗତବର୍ଷ ସେପ୍ଟେମ୍ବରରେ ମାମଲାର ଶୁଣାଣି ଶେଷ ହୋଇଥିଲା । ଆସନ୍ତାକାଲି (ବୁଧବାର) ଦଣ୍ଡର ପରିମାଣ ଘୋଷଣା ହେବ ବୋଲି କହିଛନ୍ତି ଜଷ୍ଟିସ ଏଆର ପଟେଲ । ବିଚାରପତିଙ୍କ ଦ୍ବାରା ଦଣ୍ଡର ପରିମାଣ ଘୋଷଣା କରାଯିବା ସମୟରେ ସମସ୍ତ ଦୋଷୀଙ୍କୁ କୋର୍ଟରେ ହାଜର କରାଯିବ।

ସ୍ବତନ୍ତ୍ର ବିଚାରପତି ଏଆର ପଟେଲ ଗୁଜୁରାଟରେ ହୋଇଥିବା ଏହି ହାଇପ୍ରୋଫାଇଲ ସିରିଜ ବିସ୍ଫୋରଣ ମାମଲାର ରାୟ ପ୍ରକାଶ କରିଛନ୍ତି। ଏହାପୂର୍ବରୁ ବିଚାର ଘୋଷଣା ପାଇଁ ମାମଲାକୁ ଅନେକ ଥର ସୂଚିତ କରାଯାଇଥିଲା କିନ୍ତୁ କିଛି କିଛି କାରଣ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା।

ପ୍ରକାଶ ଥାଉ କି, ୨୦୦୮ ଜୁଲାଇ ୨୬ ରେ ୭୦ ମିନିଟରେ ପାଖାପାଖି ୨୯ଟି ସିରିଜ ବିସ୍ଫୋରଣ ହୋଇଥିଲା । ଏହି ଆତଙ୍କୀ ଆକ୍ରମଣରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ । ଅହମ୍ମଦାବାଦ ସିଭିଲ ହସ୍ପିଟାଲ ସମେତ ବିଭିନ୍ନ ସ୍ଥାନରେ ଏହି ବିସ୍ଫୋରଣ ହୋଇଥିଲା । ଏହି ଆକ୍ରମଣ ପାଇଁ ଇସଲାମିକ ଆତଙ୍କୀ ସଂଗଠନ ହରକତ-ଉଲ-ଜିହାଦ-ଅଲ-ଇସଲାମିକୁ ଦାୟୀ କରାଯାଇଥିଲା ।

ଦୀର୍ଘ ସମୟ ଧରି ଚାଲିଥିବା ଟ୍ରାଏଲ ସମୟରେ ଘଟଣାରେ ଅନେକ ଟ୍ବିଷ୍ଟ ଆସିଥିଲା । ବିସ୍ଫୋରଣର ଏକ ବର୍ଷ ପରେ ଅର୍ଥାତ 2009 ରେ ଶୁଣାଣି ଆରମ୍ଭ ହୋଇଥିଲା । ସ୍ପେଶାଲ୍ ଜଜ୍ ପଟେଲଙ୍କ ସମ୍ମୁଖରେ 1100 ରୁ ଅଧିକ ସାକ୍ଷୀଙ୍କୁ ଉପସ୍ଥାପନ କରାଯାଇଥିଲା । ହତ୍ୟା, ହତ୍ୟା ଉଦ୍ୟମ ଏବଂ ଅପରାଧିକ ଷଡଯନ୍ତ୍ର ବ୍ୟତୀତ ଆତଙ୍କବାଦ ବିରୋଧୀ ଆଇନ ବେଆଇନ କାର୍ଯ୍ୟକଳାପ ଅଧିନିୟମ (UAPA) ଅନୁଯାୟୀ ତଦନ୍ତ ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details