ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ଜୱାଦର (Cyclone Jawad) ମୁକାବିଲା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ବାତ୍ୟା ଜୱାଦକୁ ମୁକାବିଲା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନ ଫୋର୍ସ(NDRF)କୁ ଆଲର୍ଟ କରିଛନ୍ତି। ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ଏନଡିଆରଏଫ ଡିଜି ଅତୁଲ କର୍ବାଲ (NDRF DG Atul Karwal)। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜୱାଦକୁ ମୁକାବିଲା କରିବା ପାଇଁ ଓଡିଶା ଓ ଆନ୍ଧ୍ରପ୍ରେଦଶ ଓ ପଶ୍ଚିମବଙ୍ଗରେ ୪୬ଟି NDRF ଟିମ ପଠାଯାଇଛି । ଏହା ବ୍ୟତିତ ୧୮ଟି NDRF ଟିମକୁ ଆଲର୍ଟ କରି ରଖାଯାଇଛି । ବାତ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ସହ ରିଲିଫ କାର୍ଯ୍ୟ ପାଇଁ ଜରୁରୀକାଳିନ ଭିତ୍ତିରେ କରିବା ପାଇଁ ଟିମକୁ ଆଲର୍ଟ କରାଯାଇଛି।
ଭାରତୀୟ ପାଣିପଗ ବିଭାଗ (Indian Metrological Department DG ) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଜୱାଦ ଆସନ୍ତା ୫ ତାରିଖ ଦିନ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଅଛି । ବାତ୍ୟାର ପ୍ରଭାବ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡିଶା ଉପରେ ରହିଛି । ବିଶେଷ କରି ଉପକୂଳବର୍ତ୍ତୀ ଓଡିଶାରେ ଏହାର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି । ବର୍ତ୍ତମାନ ଏହା ଓଡିଶା ପୁରୀରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।