ଓଡିଶା

odisha

ETV Bharat / bharat

ଗ୍ରେଟର ହାଇଦ୍ରାବାଦ ପୌରନିର୍ବାଚନ: ସମୁଦାୟ 46.6% ମତଦାନ - 46.6% ମତଦାନ

ମଙ୍ଗଳବାର ହୋଇଥିବା ଗ୍ରେଟର ହାଇଦ୍ରାବାଦର ପୌରନିର୍ବାଚନରେ ସମୁଦାୟ 46.6% ମତଦାନ ହୋଇଛି । ଅଧିକ ପଢନ୍ତୁ...

ଗ୍ରେଟର ହାଇଦ୍ରାବାଦ ପୌରନିର୍ବାଚନ
ଗ୍ରେଟର ହାଇଦ୍ରାବାଦ ପୌରନିର୍ବାଚନ

By

Published : Dec 2, 2020, 10:59 AM IST

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦର ପୌରନିର୍ବାଚନରେ ସମୁଦାୟ 46.6% ମତଦାନ ହୋଇଛି । ମଙ୍ଗଳବାର ହୋଇଥିବା ନିର୍ବାଚନ, ଶାନ୍ତି ଶୃଙ୍ଖଳାର ସହିତ ସରିଛି । ତେବେ କିଛି ସ୍ଥାନରେ ଦଳୀୟ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି ।

ମାଲକପେଟ ଡିଭିଜନରେ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି । ଡିସେମ୍ବର 3 ତାରିଖରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ । ବାଲଟ ପେପରରେ ତ୍ରୁଟି କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ତେବେ ଅନ୍ୟ 149ଟି ଡିଭିଜନରେ ନିର୍ବାଚନ ଶୃଙ୍ଖଳାର ସହିତ ସମାପ୍ତ ହୋଇଛି ।

ତେବେ ଚଳିତ ନିର୍ବାଚନରେ ସମୁଦାୟ 1122 ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ସେମାନଙ୍କ ଭାଗ୍ୟ ଏବେ ବାଲାଟ ବକ୍ସ ଭିତରେ ରହିଛି । ଡିସେମ୍ବର 4 ତାରିଖରେ ଭୋଟ ଗଣତି ହେବ ବୋଲି ସୂଚନା ରହିଛି ।

ସୂଚନା ଥାଉକି, ଗତ ପୌରନିର୍ବାଚନରେ 150 ଆସନ ବିଶିଷ୍ଟ ପୌରପାଳିକାରେ 99 ଆସନରେ ଟିଆରଏସ(ତେଲେଙ୍ଗାନା ରାଷ୍ଟ୍ର ସମିତି) ବିଜୟୀ ହୋଇଥିଲା । ସେପଟେ ଏମଆଇଏମ 44ଟି ଆସନରେ ଓ ବିଜେପି 4ଟିରେ ବିଜୟୀ ହୋଇଥିଲା । ସେହିପରି ଗତ ନିର୍ବାଚନରେ 45.27 ପ୍ରତିଶତ ମତଦାନ ହୋଇଥିଲା ।

ABOUT THE AUTHOR

...view details