ଓଡିଶା

odisha

ETV Bharat / bharat

ମଣିପୁରରେ ଆତଙ୍କବାଦୀ ଆକ୍ରମଣ; କମାଣ୍ଡିଂ ଅଫିସରଙ୍କ ସମେତ 5 ଯବାନ ଶହୀଦ, ପରିବାରର 2 ମୃତ - ମଣିପୁରରେ ଆତଙ୍କୀ ହମଲାରେ ଯବାନ ଶହୀଦ

ମଣିପୁରରେ ASSAM RIFLES କନଭୟ ଉପରେ ଆତଙ୍କୀ ଆକ୍ରମଣ । କମାଣ୍ଡିଂ ଅଧିକାରୀଙ୍କ ସମେତ 5 ଯବାନ ଶହୀଦ, ପରିବାରର ପତ୍ନୀ ଓ ପୁଅ । ଅନ୍ୟ କିଛି ଯବାନ ମଧ୍ୟ ଆହତ ସୂଚନା । ଅଧିକ ପଢନ୍ତୁ...

assam rifles କନଭୟ ଉପରେ ଆତଙ୍କୀ ହମଲା , କମାଣ୍ଡିଂ ଅଧିକାରୀଙ୍କ ସମେତ ପତ୍ନୀ ଓ ପୁତ୍ର ମୃତ
assam rifles କନଭୟ ଉପରେ ଆତଙ୍କୀ ହମଲା , କମାଣ୍ଡିଂ ଅଧିକାରୀଙ୍କ ସମେତ ପତ୍ନୀ ଓ ପୁତ୍ର ମୃତ

By

Published : Nov 13, 2021, 3:26 PM IST

Updated : Nov 13, 2021, 8:48 PM IST

ଇମ୍ପାଲ: ମଣିପୁରରେ ASSAM RIFLES ର କନଭୟ ଉପରେ ବଡ ଧରଣର ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ୟୁନିଟର କମାଣ୍ଡିଂ ଅଫିସରଙ୍କ ସମେତ ଯବାନ ଶହୀଦ । ପରିବାରର ପତ୍ନୀ ଓ ପୁଅ ପ୍ରାଣ ହରାଇଥିବା ସୂଚନା । ଆସାମ ରାଇଫଲ ଯବାନଙ୍କ ଟ୍ରୁପ୍ ଯାଉଥିବା ବେଳେ ଆକ୍ରମଣ । ଆମ୍ବୁସ୍ ମାଧ୍ୟମରେ ଆକ୍ରମଣ କରିଥିବା ସୂଚନା ।

ଆହତ ଯବାନଙ୍କୁ ଏୟାର ଲିଫ୍ଟ କରାଯାଉଛି

ଶହୀଦ ଯବାନ କର୍ଣ୍ଣେଲ ବିଳ୍ପବ ତ୍ରିପାଠୀ ବୋଲି ସୂଚନା ମୂଳିଛି । ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର ସିଙ୍ଗହାଟ ସବ-ଡିଭିଜନରେ ଅଞ୍ଚଳରେ ଏହି ଆକ୍ରମଣ ଘଟଣାଇଛନ୍ତି ଆତଙ୍କୀ । ଅନ୍ୟ କିଛି ଯବାନ ମଧ୍ୟ ଗମ୍ଭୀର ଭାବେ ଆହତ ହୋଇଥିବା ସୂଚନା ମିଳିଛି ।

ଏହି ଆକ୍ରମଣ ପଛରେ ଥିବା ଆତଙ୍କୀ ସଂଗଠନ ସମ୍ପର୍କରେ ସ୍ପଷ୍ଟ ହୋଇ ନଥିବାବେଳେ ‘Manipur People's Liberation Army’ ନାମକ ଏକ ଉଗ୍ରବାଦୀ ସଂଗଠନ ଏହି ଆକ୍ରମଣ ଘଟାଇଥାଏ ବୋଲି ପ୍ରାଥମିକ ଭାବେ ଆକଳନ କରୁଛି ସୁରକ୍ଷା ବଳ ।

ମିଳିଥିବା ସୂଚନା ଅନୁସାରେ, ଦିନ ପ୍ରାୟ 10 ଟା ସମୟରେ ମଣିପୁରର ସିଂହହାଟ ସବଡିଭିଜନରେ 46-ଆସାମ ରାଇଫଲ୍ସ ଏକ କନଭୟ ଉପରେ ଆମ୍ବୁସ କରି ଅତର୍କିତ ଗୁଳିମାଡ କରିଥିଲେ ଆତଙ୍କବାଦୀ । ଘଟଣାସ୍ଥଳରେ କମାଣ୍ଡି ଅଧିକାରୀ ବିଳ୍ପବ ତ୍ରିପାଠୀ (CO-46 AR) ଶହୀଦ ହୋଇଥିବା ବେଳେ ପତ୍ନୀ ଏବଂ ତାଙ୍କ ପୁଅଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ କିଛି ସହଯୋଗୀ ଯବାନ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ନିକଟସ୍ଥ ବେହିଙ୍ଗ ପ୍ରାଥମିକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମଣିପୁର ମୁଖ୍ୟମନ୍ତ୍ରୀ ନଙ୍ଗଥୋମ୍ବମ୍ ବିରେନ୍ ସିଂ ଏହି ଆକ୍ରମଣକୁ ଦୃଢ ନିନ୍ଦା କରିବା ସହ ଏହା ଏକ ଭୀରୁତାର କାର୍ଯ୍ୟ ବୋଲି କହିଛନ୍ତି । ଏଥିପାଇଁ କଡା ଜବାବ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏନ.ବିରେନ୍ ସିଂ । ସେହିପରି ଘଟଣାସ୍ଥଳରେ ପ୍ରଦେଶ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷାବଳ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 13, 2021, 8:48 PM IST

ABOUT THE AUTHOR

...view details