ଓଡିଶା

odisha

By

Published : Aug 3, 2021, 9:29 AM IST

ETV Bharat / bharat

ବିଶ୍ବାସ ନ ହେଲେ ବି ସତ: ୨୫ ବର୍ଷରେ ମୃତ୍ୟୁ, ୭୦ ବର୍ଷରେ ଜୀବନ୍ତ ଫେରିଲେ ସାଜଜାଦ

୨୫ ବର୍ଷ ବୟସରେ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ୭୦ ବର୍ଷ ବୟସରେ ଘରକୁ ଫେରିଲେ କେରଳର ସାଜଜାଦ ଥାଙ୍ଗଲ । ଅଧିକ ପଢନ୍ତୁ...

ବିଶ୍ବାସ ନହେଲେ ବି ସତ, ୨୫ ବର୍ଷରେ ମୃତ୍ୟୁ,୭୦ ବର୍ଷରେ ଜୀବନ୍ତ ଫେରିଲେ ସାଜଜାଦ
ବିଶ୍ବାସ ନହେଲେ ବି ସତ, ୨୫ ବର୍ଷରେ ମୃତ୍ୟୁ,୭୦ ବର୍ଷରେ ଜୀବନ୍ତ ଫେରିଲେ ସାଜଜାଦ

ଥିରୁଅନନ୍ତପୁରମ: କଥାରେ ଅଛି ମାରେ ହରି ତ ରଖେ କିଏ ରଖେ ହରି ତ ମାରେ କିଏ । ଯାହା ଉଦାହରଣ ହେଉଛନ୍ତି ୭୦ ବର୍ଷିୟ ସାଜଜାଦ ଥାଙ୍ଗଲ । ଯିଏକି ୨୫ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ଏବେ ସେ ଜୀବିତ ଅବସ୍ଥାରେ ଘରକୁ ଫେରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ୨୫ ବର୍ଷ ହୋଇଥିବାବେଳେ ଏବେ ତାଙ୍କୁ ୭୦ ବର୍ଷ ହେଲାଣି । କିନ୍ତୁ ଦୀର୍ଘ ୪୫ ବର୍ଷ ପରେ ସେ ଏବେ ଘରକୁ ଫେରିଛନ୍ତି । ସେ ଘରକୁ ଫେରିବା ପରେ ପରିବାର ଲୋକ ଦେଖି ଯେତିକି ଆଶ୍ଚର୍ଯ୍ୟ ହୋଇଥିଲା ସେତିକି ମଧ୍ୟ ଖୁସି ହୋଇଥିଲେ ।

କାରଣ ଘର ଲୋକ ଭାବିଥିଲେ ୨୫ ବର୍ଷ ବୟସରେ ସାଜଜାଦଙ୍କ ମୃତ୍ୟୁ ହୋଇଥିଲା । ସାଜଜାଦ ଘରକୁ ଫେରିବା ପରେ ତାଙ୍କ ମାଙ୍କୁ ହୋଇଥିଲା ୯୨ ବର୍ଷ । ପୁଅକୁ ପୁଣି ଫେରିପାଇ ମାର ଖୁସି କହିଲେ ନସରେ । ଗତ ଶନିବାର ସନ୍ଧ୍ୟାରେ ନିଜ ଗାଁ କେରଳର କୋଲାମକୁ ଫେରିଥିଲେ ସାଜଜାଦ । ଯିଏକି ୧୯୭୬ ମସିହାରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଘରେ ପହଞ୍ଚିବା ପରେ ସେ କେମିତି ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ତାହା ବଖାଣିଥିଲେ । ଯାହା ସବୁଠାରୁ ଉତ୍କଣ୍ଠାର ବିଷୟ ।

କେମିତି ମୃତ୍ୟୁ ମୁଖରୁ ବଞ୍ଚିଥିଲେ ସାଜଜାଦ?

୧୯୭୬ ଅକ୍ଟୋବର ୧୨ ଭାରତରୁ ଉପସାଗରୀୟ ଦେଶକୁ ଯାଉଥିବା ଏୟାରଲାଇନ୍ସର ଏକ ବିମାନ ମୁମ୍ବାଇରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ଭାରତରୁ ଉପସାଗରୀୟ ଦେଶକୁ ଯାଉଥିଲା । ଏଥିରେ ଉପସାଗରୀୟ ଦେଶର ବିଭିନ୍ନ ଅଞ୍ଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସାଜଜାଦ ତାଙ୍କ ଦଳ ପଠାଇଥିଲେ । ସେହି ସମୟରେ ଇଣ୍ଡିଆନ ଏୟାର ଲାଇନ୍ସର ଫ୍ଲାଇଟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଯାତ୍ରା କରିଥିଲା ତାଙ୍କ ଦଳ । ତେବେ ଯାତ୍ରା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ କି ୯୫ଜଣ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣା ପରେ ସାଜଜାଦଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ । ପୁଅର ମୃତ୍ୟୁ ହୋଇଥିବା ଜାଣି ଘରଲୋକେ ଶୁଦ୍ଧିକ୍ରିୟା ମଧ୍ୟ ଶେଷ କରିଥିଲେ । କିନ୍ତୁ ସୋଭାଗ୍ୟବଶତଃ ଏଥିରେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ ସାଜଜାଦ । କାରଣ ସେ ଏହି ବିମାନରେ କୌଣସି କାରଣବଶତଃ ଯାତ୍ରା କରିନଥିଲେ ବିମାନ ଦୁର୍ଘଟଣା ହେବାପରେ ଏଥିରେ ୯୫ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

ଘରକୁ କେମିତି ଫେରିଲେ ସାଜଜାଦ ?

ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଯାତ୍ରା କରିଥିବା ତାଙ୍କ ଦଳର କର୍ମୀଙ୍କ ମୃତ୍ୟୁ ହୋଇଥିବା ଜାଣି ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଏହା ପରେ ଦୀର୍ଘବର୍ଷ ହେବ ସେ ପାଗଳ ହୋଇ ବୁଲୁଥିଲେ । ମୁମ୍ବାଇର ଏକ ସାମାଜିକ କର୍ମୀ ତାଙ୍କୁ ଉଦ୍ଧାର କରି ତାଙ୍କ ଚିକିତ୍ସା କରିଥିଲେ । ଏହା ପରେ ତାଙ୍କ ଠିକଣା ଜାଣିବାପରେ ଦୀର୍ଘ ୪୫ ବର୍ଷ ପରେ ତାଙ୍କୁ ତାଙ୍କ ଘରେ ଗତ ଶନିବାର ପହଞ୍ଚାଇଥିଲେ । ଘରେ ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ହାତରେ ମିଠା ଧରି ଅପେକ୍ଷା କରିଥିଲେ ତାଙ୍କ ୯୨ ବର୍ଷିୟା ମା ।

ABOUT THE AUTHOR

...view details