ଓଡିଶା

odisha

ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠାରେ 45 ଟନ୍ ଲଡୁ ଖାଇବେ ଭକ୍ତ

Ram mandir inauguration ceremony: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରସାଦ ଭାବେ ଲାଗି ହେବ ଶୁଦ୍ଧ ଦେଶୀ ଘିଅରେ ପ୍ରସ୍ତୁତ ଲଡ଼ୁ । ଏଥିପାଇଁ ପ୍ରସ୍ତୁତ ହେଉଛି ପାଖାପାଖି 45 ଟନ ଲଡୁ। ଅଧିକ ପଢନ୍ତୁ

ରାମ ମନ୍ଦିର ପ୍ରତିଷ୍ଠାରେ ଲାଗିବ 450 କ୍ୱିଣ୍ଟାଲ ଲଡୁ, ପ୍ରସ୍ତୁତି ଜୋରଦାରv Bharat
ରାମ ମନ୍ଦିର ପ୍ରତିଷ୍ଠାରେ ଲାଗିବ 450 କ୍ୱିଣ୍ଟାଲ ଲଡୁ, ପ୍ରସ୍ତୁତି ଜୋରଦାରv Bharat

By ETV Bharat Odisha Team

Published : Jan 12, 2024, 11:12 AM IST

Updated : Jan 12, 2024, 11:30 AM IST

ରାମ ମନ୍ଦିର ପ୍ରତିଷ୍ଠାରେ 45 ଟନ୍ ଲଡୁ ଖାଇବେ ଭକ୍ତ

ଅଯୋଧ୍ୟା:ବହୁ ପ୍ରତିକ୍ଷୀତ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଉଦଘାଟନୀ ଉତ୍ସବକୁ ଆଉ ମାତ୍ର 10 ଦିନ ବାକି । ଜାନୁଆରୀ 22ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମହାସମାରୋହ । ଏହି ଭବ୍ୟ ସମାରୋହ ଉପରେ ସାରା ବିଶ୍ବବାସୀଙ୍କ ନଜର । ମନ୍ଦିର ଉଦଘାଟନୀ ସମାରୋହକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ଏହାମଧ୍ୟରେ ଭକ୍ତ ତଥା ସମାରୋହରେ ଯୋଗ ଦେବାକୁ ଥିବା ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ପାଇଁ ଚାଲିଛି ଲଡୁ ପ୍ରସ୍ତୁତି । ଗୁଜରାଟ ଓ ବନାରସୀର କାରିଗରମାନେ ଏହି ଲଡୁ ପ୍ରସ୍ତୁତି କାର୍ଯ୍ୟରେ ଲାଗି ପଡିଛନ୍ତି । ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ 450 କ୍ୱିଣ୍ଟାଲ ଲଡୁ ତିଆରି ନେଇ ଲକ୍ଷ୍ୟ ରଖାଯାଇଛି । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ପ୍ରସାଦ ଭାବେ ଲାଗି ହେବ ଏହି ଶୁଦ୍ଧ ଦେଶୀ ଘିଅରେ ପ୍ରସ୍ତୁତ ଲଡୁ ।

ଏହାମଧ୍ୟ ପଢନ୍ତୁ..ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: କେମିତି ଚାଲିଛି ପ୍ରସାଦ ପ୍ରସ୍ତୁତି ? ଦେଖନ୍ତୁ

ରାମ ମନ୍ଦିର ପ୍ରତିଷ୍ଠା ସମାରୋହରେ ପ୍ରସାଦ ଆକାରରେ ଲାଗି ହେବ ଶୁଦ୍ଧ ଦେଶୀ ଘିଅରେ ପ୍ରସ୍ତୁତ ଲଡୁ । ଗୁଜରାଟ ଓ ବନାରସୀ କାରିଗର ଦ୍ବାରା ଏହି ଲଡୁର ପ୍ରସ୍ତୁତି କାର୍ଯ୍ୟ ଜାନୁଆରୀ 6 ତାରିଖରୁ ଆରମ୍ଭ ହୋଇଥିବା ବେଳେ ଜାନୁଆରୀ 22ରେ ପର୍ଯ୍ୟନ୍ତ ଚାଲିବ । ଗୋଟିଏ ଦିନରେ ପାଖାାପାଖି 1200 କେଜି ଲଡୁ ତିଆରି ହେଉଥିବା ବେଳେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ପାଖାପାଖି 45 ଟନ ଲଡୁ ତିଆରି କରାଯିବା ନେଇ ସୂଚନା ରହିଛି । ଏହି ଲଡୁଗୁଡିକ ଶୁଦ୍ଧ ଦେଶୀ ଘିଅରେ ପ୍ରସ୍ତୁତ ହେଉଥିବା ବେଳେ ଶ୍ରୀରାମ ମନ୍ଦିର ଉଦଘାଟନୀ ମହାସମାରୋହରେ ଯୋଗ ଦେଇଥିବା ଶ୍ରଦ୍ଧାଳୁ ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି ଲଡୁ ପ୍ରସାଦ ଭାବେ ଦିଆଯିବ ।

ଏହାମଧ୍ୟ ପଢନ୍ତୁ..ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ମୋଦିଙ୍କ ସ୍ବତନ୍ତ୍ର ଅଡିଓ ସନ୍ଦେଶ; ପାଳିଲେ ୧୧ ଦିନିଆ ବ୍ରତ

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 11 ଦିନିଆ ବ୍ରତ ପାଳନ କରିଛନ୍ତି । ଏହି ଐତିହାସିକ ଦିନ ଉପରେ ସମଗ୍ର ବିଶ୍ବର ନଜର ରହିଛି। ଏହି ଉତ୍ସବରେ ଦେଶ ବିଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାକୁ ସେମାନଙ୍କ ନିକଟକୁ ନିମନ୍ତ୍ରଣ ପତ୍ର ପଠାଯାଉଛି । ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଯୋଧ୍ୟାରେ ପାଖାପାଖି 10 ହଜାରରୁ 15 ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 12, 2024, 11:30 AM IST

ABOUT THE AUTHOR

...view details