ବେଙ୍ଗାଲୁରୁ:ସ୍ପା ସେଣ୍ଟର ନାଁରେ ଦେହ ବ୍ୟବସାୟ କରାବାର । ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (CCB) ଶନିବାର ବିଳମ୍ବିତ ରାତିରେ ଦେହ ବ୍ୟବସାୟ କାରବାର ଉପରେ ଚଢ଼ାଉ କରିଛି । ଚଢାଉ ବେଳେ ଆନ୍ତଃରାଜ୍ୟ ଓ ଦେଶ ବାହାରୁ ଆସିଥିବା ମୋଟ 44 ଜଣ ରୂପଜୀବିଙ୍କୁ ଉଦ୍ଧାର କରିଛି ପୋଲିସ । ଏହାସହ ଏହି ମାମଲାରେ 34 ଜଣ ମହିଳାଙ୍କ ସହ ସ୍ପା ସେଣ୍ଟର ମାଲିକଙ୍କୁ ଥାନାରେ ଅଟକ ରଖାଯାଇଛି । ସେପଟେ ପୋଲିସ ଏହି ଘଟଣାର ଛାନଭିନ ଆରମ୍ଭ କରିଛି । ତେବେ କର୍ଣ୍ଣାଟକ ମହାଦେବପୁର ଥାନା ଅଞ୍ଚଳରେ ସ୍ପା ସେଣ୍ଟରେ ଆଳରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ ।
ସୂଚନା ଅନୁସାରେ, ଗତକାଲି (ଶନିବାର) ବିଳମ୍ବିତ ରାତିରେ କର୍ଣ୍ଣାଟକ ବେଙ୍ଗାଲୁରୁର ମହାଦେବପୁର ଥାନା ଅଞ୍ଚଳ ଅଧୀନ ଏକ ସ୍ପା ସେଣ୍ଟର ଆଳରେ ବେଧଡ଼କ ଭାବରେ ଦେହ ବ୍ୟବସାୟ ଚାଲିଥିବା ନେଇ ଖବର ପାଇଥିଲା ପୋଲିସ । ଏନେଇ ସୂଚନା ପାଇବା ପରେ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚର ମହିଳା ସୁରକ୍ଷା ବିଭାଗର ଅଧିକାରୀମାନେ ଉକ୍ତ ସ୍ପା ସେଣ୍ଟର ଉପରେ ଚଢାଉ କରିଥିଲେ । ଦୀର୍ଘ 4 ଘଣ୍ଟା ଧରି ଚଢାଉ କରିଥିବା ବେଳେ ସ୍ପା ସେଣ୍ଟରରୁ କର୍ଣ୍ଣାଟକ ଏବଂ ବାହାର ଦେଶର ମୋଟ 44 ଜଣ ରୂପଜିବୀଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ 34 ଜଣ ରୂପଜିବୀଙ୍କୁ ଅଟକ ରଖାଯାଇଛି । ଏହାସହ ସ୍ପା ସେଣ୍ଟର ନାଁରେ ଏହି ରାକେଟ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଅନିଲକୁ ଗିରଫ କରାଯାଇଛି ।