ଓଡିଶା

odisha

By

Published : Jul 28, 2021, 10:26 AM IST

ETV Bharat / bharat

India Corona Report: ଦିନକରେ 43,654 ଆକ୍ରାନ୍ତ ଚିହ୍ନଟ, 640 ମୃତ

ଗତ 24 ଘଣ୍ଟା ମଧ୍ୟରେ ଦେଶରୁ 43 ହଜାର 654 ନୂଆ ଆକ୍ରାନ୍ତ ଚିହ୍ନଟ, 640 ମୃତ । ଅଧିକ ପଢନ୍ତୁ...

ଦିନକରେ ଦେଶରୁ 43,654 ଆକ୍ରାନ୍ତ ଚିହ୍ନଟ, 640 ମୃତ
ଦିନକରେ ଦେଶରୁ 43,654 ଆକ୍ରାନ୍ତ ଚିହ୍ନଟ, 640 ମୃତ

ନୂଆଦିଲ୍ଲୀ: ଦିନକ ପରେ ପୁଣି ବଢିଲା କୋରୋନା ଜନିତ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା । ଗତକାଲି(ମଙ୍ଗଳବାର) 29 ହଜାର 689 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ ଆଜି(ବୁଧବାର) 43 ହଜାର 654 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 640 ଜଣଙ୍କ ମୃତ୍ୟୁ ଘଟିଛି ଏବଂ 41 ହଜାର 678 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି 14 ଲକ୍ଷ 84 ହଜାର 605ରେ ପହଞ୍ଚିଛି । ସେହିପରି ମୋଟ 3 କୋଟି 6 ଲକ୍ଷ 63 ହଜାର 147 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା କୋରୋନା କବଳରେ ଦେଶରୁ 4 ଲକ୍ଷ 22 ହଜାର 22 ଜଣଙ୍କ ପ୍ରାଣ ଯାଇଛି ଏବଂ 3 ଲକ୍ଷ 99 ହଜାର 436 ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମୋଟ 44 କୋଟି 61 ଲକ୍ଷ 56 ହଜାର 659 ଜଣଙ୍କ ଟୀକାକରଣ ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details