ଭୋପାଳ: ଆଦିବାସୀ ବହୁ ଜିଲ୍ଲା ନାନପୁର ଗାଁରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି । ଗୋଟିଏ ମଣ୍ଡପରେ ଜଣେ ବର ଏକାସଙ୍ଗେ ତିନିଜଣ କନ୍ୟାଙ୍କୁ ବିବାହ କରିଛନ୍ତି । ଏହି ନିଆରା ବିବାହ ନାନପୁର ଗାଁର ମୋରୀ ଫଲିଏରେ ହୋଇଛି । ବର ସମର୍ଥ, କନ୍ୟା ନାନ ବାଇ, ମେଲା ଓ ସକରୀଙ୍କୁ ଏକସଙ୍ଗେ ମଣ୍ଡପରେ ବିବାହ କରିଛନ୍ତି । ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକେ ପହଞ୍ଚିଥିଲେ । (alirajpur unique marriage)
15 ବର୍ଷ ପରେ ବିବାହ:
ବର ସମର୍ଥ ଭିନ୍ନ ଭିନ୍ନ ସମୟରେ ତିନିଜଣ ଯୁବତୀଙ୍କୁ ପ୍ରେମ କରିଥିଲେ । ଏବେ ଆଦିବାସୀ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି । ସୂଚନା ଅନୁଯାୟୀ,ସମର୍ଥ ମୌର୍ଯ୍ୟ (Samarth Maurya ) ନାମକ ଏହି ବ୍ୟକ୍ତି ତିନି ପ୍ରେମିକାଙ୍କୁ ପ୍ରେମ ଓ ପରେ ତିନିଜଣଙ୍କୁ ଭିନ୍ନ ଭିନ୍ନ ସମୟରେ ଘରୁ ଫେରାର କରି ସାଙ୍ଗରେ ନେଇଯାଇଥିଲେ । ହେଲେ ଅର୍ଥ ଅଭାବରୁ ବିବାହ କରିପାରୁ ନଥିଲେ । ଏବେ ସମସ୍ତଙ୍କୁ ବିବାହ କରିଛନ୍ତି । ସବୁଠୁ ଖାସ୍ କଥା ହେଉଛି, ତିନି ପ୍ରେମିକାଙ୍କ ଠାରୁ ସମର୍ଥଙ୍କର ଏବେ ୬ଟି ସନ୍ତାନ ରହିଛନ୍ତି । ଶେଷରେ ସବୁ ବାଧା ବିଘ୍ନକୁ କାଟି ସେ ସବୁଦିନ ପାଇଁ ତିନି ପ୍ରେମିକାକୁ ନିଜର ଜୀବନ ସାଥୀ କରିଛନ୍ତି (Groom Marries Three Brides in Alirajpur) । ବାଜା ବାଣ ରୋଷଣୀ ସହ ବିବାହ କରି ୩ ପ୍ରେମିକାଙ୍କୁ ଦେଇଛନ୍ତି ସ୍ତ୍ରୀର ମର୍ଯ୍ୟାଦା । ଆଦିବାସୀ ପରମ୍ପରା ଅନୁସାରେ ବର ସମର୍ଥଙ୍କ ସହ ତିନି ପ୍ରେମିକାଙ୍କ ହାତଗଣ୍ଠି ପଡିଛି ।
କ'ଣ କୁହେ ଆଦିବାସୀ ପରମ୍ପରା ?