ଓଡିଶା

odisha

ETV Bharat / bharat

ଏମ୍ସ ଋଷିକେଶରେ 42 ବ୍ଲାକ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ - ଏମ୍ସ ଋଷିକେଶ

ଉତ୍ତରାଖଣ୍ଡରେ ଥିବା ଏମ୍ସ ଋଷିକେଶରେ 42 ଜଣ ବ୍ଲାକ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଏମ୍ସ ଋଷିକେଶରେ 42 ବ୍ଲାକ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ
ଏମ୍ସ ଋଷିକେଶରେ 42 ବ୍ଲାକ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ

By

Published : May 20, 2021, 10:15 AM IST

ଡେରାଡୁନ: ଉତ୍ତରାଖଣ୍ଡର ଏମ୍ସ ଋଷିକେଶରେ 42 ଜଣ ମ୍ୟୁକରମାଇକୋସିସ ବା ବ୍ଲାକ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ଏମ୍ସ ଋଷିକେଶ ଲୋକ ସମ୍ପର୍କ ଅଧିକାରୀ ହରିଶ ଥାପ୍ଲିୟାଲ ବୁଧବାର ସୂଚନା ଦେଇଛନ୍ତି ।

ଏହି 42 ଜଣ ବ୍ଲାକ ଫଙ୍ଗସ ଆକ୍ରାନ୍ତଙ୍କ ମଧ୍ୟରୁ 2 ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ରାଜ୍ୟରେ ଅନ୍ୟ 39 ଜଣ ରୋଗୀ ଚିକିତ୍ସାଧୀନ ଥିବା ବେଳେ 26 ଜଣଙ୍କର ସର୍ଜରୀ ଜାରି ରହିଛି । ସେପଟେ ବ୍ଲାକ ଫଙ୍ଗସକୁ ରାଜସ୍ଥାନ ସରକାର ମହାମାରୀ ବୋଲି ଘୋଷଣା କରିସାରିଛନ୍ତି । କୋରୋନା ମହାମାରୀ ସହିତ ବ୍ଲାକ ଫଙ୍ଗସ ଆଉ ଏକ ମହାମାରୀ ଭାବେ ଉଭା ହୋଇଥିବା ବେଳେ ଏହା ବିରୋଧରେ ଲଢିବା ପାଇଁ ଏମ୍ସ ଦିଲ୍ଲୀ ନୂଆ ନିର୍ଦ୍ଦେଶନାମା ପ୍ରସ୍ତୁତ କରୁଛି ବୋଲି ଜଣାପଡିଛି ।

ଉତ୍ତରାଖଣ୍ଡରେ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କୁ ସୁସ୍ଥ କରିବା ଲାଗି ଡାକ୍ତର ଉଦ୍ୟମ ଜାରି ରଖିଛନ୍ତି । ସେପଟେ ରାଜ୍ୟରେ ବୁଧବାର 4492 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 7333 ଜଣ ସୁସ୍ଥ ହୋଇଛନ୍ତି ଏବଂ 110 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ରାଜ୍ୟରେ 73 ହଜାର 172ଟି ସକ୍ରିୟ ମାମଲା ରହିଛି ।

କୋରୋନା ମହାମାରୀରେ ସଂକ୍ରମିତ ହେବା ପରେ ସୁସ୍ଥ ହୋଇଥିବା ଲୋକଙ୍କ କ୍ଷେତ୍ରରେ ବ୍ଲାକ ଫଙ୍ଗସ ସଂକ୍ରମଣ ଅଧିକ ଦେଖିବାକୁ ମିଳୁଛି । ଏହାସହିତ ମଧୁମେହ ରୋଗୀ ଓ ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକ ମଧ୍ୟ ଏହି ଜୀବାଣୁ ଦ୍ବାରା ସଂକ୍ରମିତ ହେଉଛନ୍ତି । ଅଣୁଜୀବ ମ୍ୟୁକରମାଇସିଟିସ ଦ୍ବାରା ଏହି ରୋଗ ହୋଇଥାଏ, ଯାହାକି ମାଟି ଓ ପଚାସଢା ପଦାର୍ଥ ଯେପରି ପଚାପତ୍ର ଆଦିରେ ରହିଥାଏ ।

@ANI

ABOUT THE AUTHOR

...view details