ନୂଆଦିଲ୍ଲୀ: ଦେଶରେ ଏବେ ଧିରେ ଧିରେ ପୁଣି ଉପରମୁହାଁ ହେବାରେ ଲାଗିଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ୪୦ ହଜାର ୧୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୬ ଲକ୍ଷ ୯୫ ହଜାର ୯୫୮ରେ ପହଞ୍ଚିଛି ।
ସେହିପରି ଆଜି ଦେଶରେ ୪୨୨ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୪ ହଜାର ୭୭୩ରେ ପହଞ୍ଚିଛି । ଏଥିସହ ୨୪ ଘଣ୍ଟାରେ ଦେଶରେ ୩୬ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୮ଲକ୍ଷ ୫୭ ହଜାର ୪୬୭ରେ ପହଞ୍ଚିଛି ।