ବ୍ରହ୍ମପୁର:ବାତ୍ୟ ଜୱାଦର ପ୍ରଭାବ ଆନ୍ଧ୍ର ମତ୍ସ୍ୟଜୀବୀ ଓଡିଶାରେ । ସାମୁଦ୍ରିକ ବାତ୍ୟା ଜୱାଦର (Cyclone Jawad) ପ୍ରଭାବ ଆରମ୍ଭ ହୋଇଯାଇଛି। ଗୋପାଳପୁର ବନ୍ଦରରେ ରହିବେ ଆନ୍ଧ୍ରର ୪୦ ଡଙ୍ଗା ଓ ମତ୍ସ୍ୟଜୀବୀ । ଏନେଇ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନର (Special Relief Commissioner) ପ୍ରଦୀପ ଜେନା ଟ୍ବିଟ କରି ସୂଚନା ଦେଇଛନ୍ତି।
ସାମୁଦ୍ରିକ ବାତ୍ୟା ଜୱାଦର ପ୍ରକୋପ ବୃଦ୍ଧି ପାଉଛି ଗଭୀର ସମୁଦ୍ରରେ ଯାଇଥିବା ଆନ୍ଧ୍ରପ୍ରଦେଶର ପ୍ରାୟ ୪୦ ଡଙ୍ଗା ଓ ମତ୍ସ୍ୟଜୀବୀ ଫେରିଆସୁଛନ୍ତି । ତେବେ ଏ ଭଳି ସ୍ଥିତିରେ ଆନ୍ଧ୍ରପ୍ରଦେଶର ୪୦ ଜଣ ମତ୍ସ୍ୟଜୀବି ତାଙ୍କ ଡଙ୍ଗା ଗୁଡିକୁ ଗୋପାଳପୁର ବନ୍ଦରରେ ରଖିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ସେମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ସହ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ସାମୁଦ୍ରିକ ବାତ୍ୟା ଜୱାଦର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଜୱାଦର ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡିଶାରେ ବାତ୍ୟାର ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।